ଦେଶ

ବିବାହ ପାଇଁ ମନା କରିବାରୁ ପ୍ରେମିକାକୁ ହତ୍ୟା କଲା ପ୍ରେକିକ – Ibnodisha

[ad_1]

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପ୍ରେମିକା ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ଜଣେ କ୍ୟାବ୍ ଡ୍ରାଇଭର ପ୍ରେମିକ ତାଙ୍କୁ ଏକାଧିକ ବାର ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ୩୫ ବର୍ଷୀୟ ଡ୍ରାଇଭର ଜଣକ ଘଟଣା ଘଟାଇବା ପରେ ପୁଲିସ ଷ୍ଟେସନ୍‌କୁ ଯାଇ ନିଜ ଅପରାଧ ସ୍ୱୀକାର କରିଛନ୍ତି । ଶନିବାର ସନ୍ଧ୍ୟାରେ ସହରର ସାଲିନି ଗ୍ରାଉଣ୍ଡ ଅଞ୍ଚଳରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ଗିରିଶ ବେଙ୍ଗାଲୁରୁର ଜୟନଗରର ବାସିନ୍ଦା ହୋଇଥିବା ବେଳେ ତାଙ୍କ ୪୨ ବର୍ଷୀୟା ପ୍ରେମିକା ପଶ୍ଚିମବଙ୍ଗର ।

ସେ ସହରର ଏକ ସ୍ପାରେ ନିଯୁକ୍ତ ଥିଲେ । ପୁଲିସର ସୂଚନାନୁସାରେ, ନିଜ ଭଉଣୀଙ୍କ ପାଇଁ ଉପଯୁକ୍ତ ବର ଖୋଜିବାରେ ଅସୁବିଧା ହେତୁ ଗିରିଶ ୨୦୧୧ ମସିହାରେ ଇସଲାମ ଧର୍ମ ଗ୍ରହଣ କରିଥିଲେ । ମାର୍ଚ ୨୯ ତାରିଖରେ ଗିରିଶଙ୍କ ଜନ୍ମଦିନ ପୂର୍ବରୁ ଫରିଦା ତାଙ୍କ ଝିଅମାନଙ୍କ ସହ ପଶ୍ଚିମବଙ୍ଗରୁ ବେଙ୍ଗାଲୁରୁ ଫେରିଥିଲେ । ଫରିଦା ବେଙ୍ଗାଲୁରରୁ ଗିରିଶଙ୍କ ଜନ୍ମଦିନ ପାଳନ କରିବା ସହ ନିଜର ଏକ ଝିଅ ପାଇଁ କଲେଜ୍ ଖୋଜିବାକୁ ବି ଯାଇଥିଲେ । ଘଟଣା ଘଟିବା ଦିନ ଗିରିଶ ଫରିଦା ଓ ତାଙ୍କ ଝିଅମାନଙ୍କୁ କିଣାକିଣି କରାଇବା ସହ ମଧ୍ୟାହ୍ନ ଭୋଜନ କରାଇଥିଲେ । ପରେ ସେମାନେ ନିଜ ହୋଟେଲକୁ ଫେରିଥିଲେ । ସନ୍ଧ୍ୟାରେ, ସାଲିନି ଗ୍ରାଉଣ୍ଡରେ ଥିବାବେଳେ ଗିରିଶ ଫରିଦାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏଥିରେ ରାଗିଯାଇ ଗିରିଶ ତାଙ୍କୁ ଏକାଧିକ ଥର ଛୁରୀରେ ଆକ୍ରମଣ କରି ହତ୍ୟା କରି ପରେ ଜୟନଗର ପୁଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button