ରାଜନୀତି

୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଲେ ୩୦ ସଙ୍ଗଠନର କର୍ମକର୍ତ୍ତା – Ibnodisha

[ad_1]

ଭୁବନେଶ୍ୱର: ନବୀନ ନିବାସରେ ୫-ଟି ଓ ନବୀନ ଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟିଛନ୍ତି ରାଜ୍ୟର ଆଉ ୩୦ ସଙ୍ଗଠନ । ସଂଗଠନର କର୍ମକର୍ତ୍ତାମାନେ ରୂପାନ୍ତରଣ ଅଭିଯାନ ପାଇଁ ନିଜର ସମର୍ଥନ ଜ୍ଞାପନ ସହ ଦୀର୍ଘ ବର୍ଷ ପରେ ରାଜ୍ୟର ଦ୍ରୁତ ବିକାଶକୁ ଭୁରିଭୁରି ପ୍ରଶଂସା କରିଛନ୍ତି । ଅନ୍ୟପକ୍ଷରେ ୫ଟି ଅଧ୍ୟକ୍ଷ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ।

୫-ଟି ଅଧ୍ୟକ୍ଷଙ୍କୁ ବିଏମସିର ମେୟର, ଡେପୁଟି ମେୟର ଓ ସମସ୍ତ କର୍ପୋରେଟର ଆଜି ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ସେହିପରି ଓଡ଼ିଶା ଏକଲବ୍ୟ ମଡେଲ୍‌ ଆବାସିକ ସ୍କୁଲ୍‌ ଷ୍ଟାଫ୍‌ ଆସୋସିଏସ୍‌ନ, କଟକ ଓଡ଼ିଶା ବାପ୍‌ଟିଷ୍ଟ ଚର୍ଚ୍ଚ, ଚର୍ଚ୍ଚ ଅଫ୍‌ ଖ୍ରୀଷ୍ଟ (ୟୁନିୟନ୍‌ ଚର୍ଚ୍ଚ) ଭୁବନେଶ୍ୱର, ଓଡ଼ିଶା ଡ୍ରଗ୍‌ କଣ୍ଟ୍ରୋଲ୍‌ ଅଫିସର ଆସୋସିଏସନ୍‌, ଓଡ଼ିଶା ପବ୍ଲିସର ଓ ବୁକ୍‌ସେଲର ଆସୋସିଏସ୍‌ନ୍‌, ଓଡ଼ିଶା ମେଡିକାଲ୍‌ କର୍ମଚାରୀ ସଂଘ, ଓଡ଼ିଶା ରାଜ୍ୟ ଅଣଗଜେଟେଡ୍‌ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ, ଓଡ଼ିଶା ପାଇପ ଜଳ ଯୋଗାଣ କର୍ମଚାରୀ ସଂଘ, ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘ, ଓଡ଼ିଶା ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀ ସଂଘ, ଓଏସ୍‌ଆର୍‌ଟିସି କର୍ମଚାରୀ ସଂଘ, ବ୍ରହ୍ମପୁର ଓ କଟକ ମହାନଗର ନିଗମର ମେୟର, ଡେପୁଟି ମେୟର ଓ କର୍ପୋରେଟର ଗଣ, ଓଏଆଇସି ଆଣ୍ଡ ଓଏସ୍‌ଏସସି ସେବେ ସଂଗଠନ, ଓଡ଼ିଶା ଏଗ୍ରିକଲଚରାଲ୍‌ ସେବା ସଂଗଠନ, ଓଡ଼ିଶା ହର୍ଟିକଲଚର ଅଫିସର୍ସ ସେବା ସଂଗଠନ, ଆଦର୍ଶ ବିଦ୍ୟାଳୟ ଟିଚର୍ସ ଆସୋସିଏସନ୍‌, ଓଡ଼ିଶା ମୃର୍ତ୍ତିକା ସଂରକ୍ଷଣ ଅଫିସର୍ସ ଆସୋସିଏସନ, ଓଡ଼ଶା ଏଗ୍ରିକଲଚର ଇଂଜିନିୟର ସେବା ସଂଗଠନ, ଇଣ୍ଡିଆନ୍‌ ଅର୍ଗାନାଇଜେସନ ଅଫ୍‌ ୟୁନାଇଟେଡ୍‌ ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌, ଓଏସ୍‌ଆଇସି କର୍ମଚାରୀ ସଂଘ, ନିଖିଳ ଓଡ଼ିଶା ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ, ଓରେଡା କର୍ମଚାରୀ ସଂଘ, ଓଡ଼ିଶା ସରକାରୀ ମୁଦ୍ରଣ ବୈଷୟିକ କର୍ମଚାରୀ ସଂଘ, ଓଡ଼ିଶା ମ୍ୟୁନସିପାଲଟି ଅସ୍ଥାୟୀ କର୍ମଚାରୀ ସଂଘ, ନିଖିଳ ଓଡ଼ିଶା ପୂର୍ତ୍ତ ବିଭାଗ ଅସ୍ଥାୟୀ କର୍ମଚାରୀ ସଂଘ, ବିଜେଡି ସଂଖ୍ୟାଲଘୁ ସେଲ୍‌, ଅଲ୍‌ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସହାୟିକା ସାମୁଖ୍ୟର କର୍ମକର୍ତ୍ତମାନେ ସାମିଲ୍‌ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button