ରାଜନୀତି

ଡିକେ ଶିବ କୁମାରଙ୍କୁ ମିଳିଲା ଆଶ୍ୱସ୍ତି, ସିବିଆଇ ତଦନ୍ତ ଆବେଦନକୁ ଖାରଜ କଲେ ହାଇକୋର୍ଟ

ର୍ଣ୍ଣାଟକ : କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରସ ସଭାପତି ଡିକେ ଶିବ କୁମାରଙ୍କୁ ହାଇକୋର୍ଟ ଆଶ୍ୱସ୍ତି ମିଳିଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ତଦନ୍ତ ଜାରି ରଖିବାକୁ ଚାହୁଥିବା ସିବିଆଇ ଦ୍ୱାରା ଯାଞ୍ଚ ପାଇଁ କର୍ଣ୍ଣାଟକ ହାଇକୋର୍ଟ ଆଜି ଏହି ଖଣ୍ଡପୀଠକୁ ଖାରଜ କରିଛନ୍ତି । ସେପଟେ ଶିବକୁମାର ମଧ୍ୟ ସିବିଆଇ ମାମଲାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଗତ ଜୁଲାଇରେ15 ରେ ସର୍ବୋଚ୍ଚ ଅଦାଲତ ଏ ଉପରେ ଶୁଣାଣି କରି ଶିବକୁମାରଙ୍କ ଆବେଦନକୁ ଖାରଜ କରି ଦେଇଥିଲେ ।

ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିପାରିବୁ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ । ଶେଷରେ ଶିବ କୁମାରଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । କେବଳ ଲୋକାୟୁକ୍ତ ହିଁ ତଦନ୍ତ ପ୍ରକ୍ରିୟା ଜାରି ରଖିବ । ଅକ୍ଟୋବର ୨୦୨୩ରେ ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିଥିଲେ । ମାମଲାର ତଦନ୍ତ ଶେଷ କରିବାକୁ ଏବଂ ତିନି ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଫେଡରାଲ ଏଜେନ୍ସୀ ନିର୍ଦ୍ଦେଶ ଦେଇଥଲେ ।

୨୦୨୦ ମସିହାରେ ସିବିଆଇ ଶିବ କୁମାରଙ୍କ ବିରୋଧରେ ଏଫ୍. ଆଇ.ଆର ଦାଖଲ କରିଥିଲେ । ଯେଉଁଥିରେ କୁହାଯାଇଥିଲା କି ୨୦୧୩ ରୁ ୨୦୧୮ ପର୍ଯ୍ୟନ୍ତ ଆୟ ବର୍ହିଭୁତ ସମ୍ପତ୍ତି ଜମା କରିଥିଲେ । ସେହି ସମୟରେ ସମୟେର ସେ କର୍ଣ୍ଣାଟକ କେଂଗ୍ରସ ସରକାରଙ୍କର ମନ୍ତ୍ରୀ ଥିଲେ । ଶିବକୁମାରଙ୍କ ବିରୋଧରେ ୭୪କୋଟି ଟଙ୍କାର ହେରଫେର ହୋଇଥିବା ଖବର ମିଳିଥିଲା

Related Articles

Leave a Reply

Your email address will not be published. Required fields are marked *

Back to top button