ରାଜ୍ୟ

ବିଷଧର କୀଟ କାମୁଡାରେ ମା’ ଓ ଆଠବର୍ଷର ଝିଅର ମୃତ୍ୟୁ

ଞ୍ଜନଗର: ମେଡିକାଲ ଦ୍ୱାରେ ଏପାଖ ସେପାଖ ହେଉଥାନ୍ତି । ଆଖିରୁ ଲୁହ ପୋଛି ପକାଉ ଥାଆନ୍ତି । ମନରେ ଅକୁହା ବେଦନା । ଏ ଦୁଃଖ ନାଁ ସହି ପାରୁଛନ୍ତି ନାଁ କାହାକୁ କହି ପାରୁଛନ୍ତି । ଆଖି ଲୁହ ଖାଲି ଓଠ ପିଉଛି । ହୁଏତ ଝିଅଟେ କି ମହିଳା ହୋଇଥିଲେ ଭୋ ଭୋ କରି କାନ୍ଦି ପକାଇ ଥାଆନ୍ତେ । ହେଲେ ସେ ପୁରୁଷ ବୋଲି ମନ ଖୋଲି କାନ୍ଦିପାରୁ ନାହାଁନ୍ତି ।

କେମିତି ବା ନ ଦୁଃଖ କରିବେ ଆଉ ନ କାନ୍ଦିବେ ଯିଏ ସାତ ଜନ୍ମ ପାଇଁ ସାଥି ହୋଇ ରହିବ ବୋଲି କଥା ଦେଇଥିଲା ସେ ଆଜି ତାଙ୍କ ହାତ ଛାଡ଼ି ଆରପାରିକୁ ଚାଲିଯାଇଛି । ଏକାସାଥିରେ ସ୍ତ୍ରୀ ଆଉ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ବ୍ୟକ୍ତି ଜଣକ । ଗୁମୁରି ଗୁମୁରି ହସ୍ପିଟାଲ ଦ୍ୱାରେ ଏପାଖ ସେପାଖ ବୁଲି ବୁଲି କାନ୍ଦୁଛନ୍ତି । ତାଙ୍କ ଦୁଃଖ ଦେଖିଲାରୁ ଆମ ଆଖିରୁ ମଧ୍ୟ ଲୁହ ଝରି ଆସୁଛି ।

ତେବେ ପୂରା ଘଟଣା ହେଉଛି, ବିଷଧର କୀଟ କାମୁଡାରେ ମା’ ଓ ଆଠବର୍ଷର ଝିଅର ମୃତ୍ୟୁ ହୋଇଛି । ରାଇକିଆ ଥାନା ଅନ୍ତର୍ଗତ ରିଷାଭୂଇଁ ଗାଁରେ ଘଟିଛି ଏଭଳି ଘଟଣା ଘଟିଛି । ରାତିରେ ମା’ ଝିଅ ଶୋଇଥିଲେ ହଠାତ୍‌ ପେଟ କାଟି ଝିଅର ବାନ୍ତି ହୋଇଥିଲା । ଦୁହେଁ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ । ଗୁରୁତର ଅବସ୍ଥାରେ, ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ବଡ଼ ଦୁଃଖର ବିଷୟ ଡାକ୍ତର ଉଭୟ ମା ଓ ଝିଅଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ କୌଣସି ବିଷଧର କୀଟ କାମୁଡି ଥିବା କୁହାଯାଉଥିବା ବେଳେ ସାପ କାମୁଡ଼ିଥିବା ସନ୍ଦେହ କରିଛନ୍ତି ମୃତ ମହିଳାଙ୍କ ସ୍ବାମୀ ହାଡୁ ନାୟକ । କିନ୍ତୁ ପ୍ରକୃତରେ ଜଣାପଡ଼ିନି କିପରି ହୋଇଛି ଏହି ମା’ ଝିଅଙ୍କ ମୃତ୍ୟୁ । ମୃତକ ମା ଝିଅ ହେଉଛନ୍ତି ଗୁରୁବାରୀ ନାୟକ ଏବଂ ତାଙ୍କ ଝିଅ ସୁବି ନାୟକ । ଏହି ଘଟଣାରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button