ୟୁକୋ ବ୍ୟାଙ୍କରେ ୮୨୦ କୋଟିର ଦୁର୍ନୀତି , ୬୭ଟି ସ୍ଥାନରେ ସିବିଆଇ ଚଢଉ – Ibnodisha
[ad_1]
ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କରେ ୮୨୦ କୋଟି ଟଙ୍କା ଦୁର୍ନୀତିର ପର୍ଦ୍ଦାଫାସ କରିଛି ସିବିଆଇ । ଆଇଏମପିଏସ (ଇମିଡିଏଟ୍ ପେମେଣ୍ଟ ସର୍ଭିସ) ମାଧ୍ୟମରେ ଏହି କେଳେଙ୍କାରୀ ହୋଇଛି । ଏହି ମାମଲାରେ ସିବିଆଇ ରାଜସ୍ଥାନ ଓ ମହାରାଷ୍ଟ୍ରର ୬୭ଟି ସ୍ଥାନରେ ଚଢ଼ାଉ କରିଛି। ସୂଚନା ଅନୁସାରେ ୟୁକୋ ବ୍ୟାଙ୍କର ବିଭିନ୍ନ ଆକାଉଣ୍ଟରୁ ୮୨୦ କୋଟି ଟଙ୍କାର ସନ୍ଦେହଜନକ କାରବାର ହୋଇଥିଲା। ୟୁକୋ ବ୍ୟାଙ୍କର ଅଭିଯୋଗ ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ୨୦୨୩ ନଭେମ୍ବର ୨୧ରେ ଏକ ମାମଲା ରୁଜୁ କରିଥିଲା। ଅଭିଯୋଗ ଅନୁଯାୟୀ, ୨୦୨୩ ନଭେମ୍ବର ୧୦ରୁ ୨୦୨୩ ନଭେମ୍ବର ୧୩ ମଧ୍ୟରେ ୭ଟି ଘରୋଇ ବ୍ୟାଙ୍କର ୧୪,୬୦୦ ଆକାଉଣ୍ଟଧାରୀ ୟୁକୋ ବ୍ୟାଙ୍କର ୪୧,୦୦୦ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ଭୁଲ ଭାବେ ଆଇଏମପିଏସ୍ କାରବାର କରିଛନ୍ତି।ଫଳରେ ଅସଲି ଆକାଉଣ୍ଟରୁ ଡେବିଟ୍ ନକରି ୟୁକୋ ବ୍ୟାଙ୍କ ଆକାଉଣ୍ଟକୁ ୮୨୦ କୋଟି ଟଙ୍କା ଜମା କରାଯାଇଥିଲା। ବିଭିନ୍ନ ବ୍ୟାଙ୍କିଙ୍ଗ ଚ୍ୟାନେଲ୍ ଜରିଆରେ ବ୍ୟାଙ୍କରୁ ଟଙ୍କା ଉଠାଇ ସମସ୍ତ ଆକାଉଣ୍ଟଧାରୀ ବେଶ୍ ଫାଇଦା ଉଠାଇଥିଲେ। ଡିସେମ୍ବର ୨୦୨୩ରେ ସିବିଆଇ କଲିକତା ଏବଂ ମାଙ୍ଗାଲୋରର ୧୩ଟି ସ୍ଥାନରେ କେତେକ ଘରୋଇ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ ଅଧିକାରୀଙ୍କ ଚଢ଼ାଉ କରିଥିଲା। ଏହି କ୍ରମରେ ୨୦୨୪ ମାର୍ଚ୍ଚ ୬ ରେ ସିବିଆଇ ମହାରାଷ୍ଟ୍ରର ଯୋଧପୁର, ଜୟପୁର, ଜାଲୋର, ନାଗପୁର, ବାରମେର, ପାଲୋଡି ଏବଂ ପୁଣେରେ ଚଢ଼ାଉ କରିଥିଲା।
[ad_2]