ଏନ୍ଡିଏ ସାଂସଦଙ୍କୁ ମୋଦୀଙ୍କ ସମ୍ବୋଧନ; ରକ୍ଷା ବନ୍ଧନରେ ମୁସ୍ଲିମ ଭଉଣୀଙ୍କୁ ରାଖି ପିନ୍ଧାଅ – Ibnodisha

[ad_1]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇତିମଧ୍ୟରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସାଂସଦଙ୍କୁ ସମ୍ବୋଧିତ କରିଛନ୍ତି । ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସହ ଜଡିତ ହେବାକୁ ସେ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି । ଆଗକୁ ରକ୍ଷା ବନ୍ଧନ ପର୍ବ ପାଳିତ ହେବାକୁ ଯାଉଥିବାବେଳେ ମୁସଲମାନ ସଂପ୍ରଦାୟର ଭଉଣୀମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ରାଖି ପିନ୍ଧାଇବାକୁ ମୋଦୀ ପରାମର୍ଶ ଦେଇଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ସରକାରଙ୍କ ପ୍ରତ୍ୟେକ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଅବଗତ କରିବାକୁ ସାଂସଦଙ୍କୁ ପରାମର୍ଶ ଦିଆଯାଇଛି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୋଦୀ ସରକାର ନିକଟରେ ତିନି ତଲାକ୍ ନିୟମକୁ ବାତିଲ କରିଥିବାରୁୁ ମୁସଲମାନ ମହିଳାମାନେ ବିଶେଷଭାବେ ଉପକୃତ ହେଉଛନ୍ତି । ନିକଟରେ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବାବେଳେ ମୋଦୀ ହଜ୍ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏବର୍ଷ ଭାରତର ୪ ହଜାର ମୁସଲମାନ ମହିଳା ସେମାନଙ୍କର ପୁରୁଷ ସମ୍ପର୍କୀୟଙ୍କ ବିନା ହଜ୍ ଯାତ୍ରା କରିଛନ୍ତି । ସରକାରଙ୍କ ହଜ୍ ନୀତି ଯୋଗୁଁ ଏହା ସମ୍ଭବ ହୋଇପାରିଥିବା ମୋଦୀ କହିଛନ୍ତି । ଏନ୍ଡିଏରେ ୩୩୧ ସାଂସଦ ଥିବାବେଳେ ସେମାନଙ୍କୁ ବିଭିନ୍ନ ଆଞ୍ଚଳିକ ଗୋଷ୍ଠୀରେ ବିଭକ୍ତ କରାଯାଇଛି । ଫଳରେ ମୋଦୀ ଏକକାଳୀନ ୪୦ ସାଂସଦଙ୍କୁ ସମ୍ବୋଧିତ କରିପାରୁଛନ୍ତି ।
[ad_2]