ଦେଶ

ମିଥ୍ୟା ଅନ୍‌ଲାଇନ୍ ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ବାଧ୍ୟତାମୂଳକ: ସଲିସିଟର ଜେନେରାଲ – Ibnodisha

[ad_1]

ମୁମ୍ବାଇ: ସଂଶୋଧିତ ସୂଚନା ପ୍ରଯୁକ୍ତି (ଆଇଟି) ନିୟମକୁ ଚ୍ୟାଲେଞ୍ଜ କରୁଥିବା ଏକାଧିକ ପିଟିସନ ଉପରେ ବମ୍ବେ ହାଇକୋର୍ଟ ବୁଧବାର ଶୁଣାଣି କରିଛନ୍ତି। ଏହି ନିୟମ ଅନୁଯାୟୀ ପ୍ରତିଷ୍ଠା ହେବାକୁ ଥିବା ଫ୍ୟାକ୍ଟ ଚେକ୍ ୟୁନିଟ୍ (ଏଫ୍‌ସିୟୁ)କୁ ସମର୍ଥନ କରି ଭାରତର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତଙ୍କୁ କହିଛନ୍ତି ଯେ ଅନ୍‌ଲାଇନ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଏଫ୍‌ସିୟୁ ଦ୍ୱାରା ଚିହ୍ନିତ ବିଷୟବସ୍ତୁ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ।

ସରକାରଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରି ମେହେଟ୍ଟା କହିଛନ୍ତି ଯେ, ସୋସିଆଲ ମିଡ଼ିଆ ପ୍ଲାଟଫର୍ମ କିମ୍ବା ମଧ୍ୟସ୍ଥିମାନଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି- ନକଲି ପୋଷ୍ଟକୁ ହଟାଇ ଦିଅନ୍ତୁ କିମ୍ବା ଏହା ଉପରେ ଡିସ୍‌କ୍ଲେମର ଲଗାନ୍ତୁ। ନକଲି କିମ୍ବା ମିଥ୍ୟା ଅଂଶକୁ ହଟାଇ ବା ବିଷୟବସ୍ତୁର ପ୍ରକୃତି ଅନୁସାରେ ଏକ ଡିସ୍‌କ୍ଲେମର୍ ଲଗାଇ ସମସ୍ୟାର ସମାଧାନ କରାଯାଇପାରିବ। ଏହାର କୌଣସି ତୃତୀୟ ବିକଳ୍ପ ନାହିଁ ବୋଲି ମେହେଟ୍ଟା କହିଛନ୍ତି। ସେ ଆହୁରି କହିଛନ୍ତି, ମଧ୍ୟସ୍ଥିମାନେ ଏହାଦ୍ୱାରା ସୁରକ୍ଷିତ ରହିପାରିବେ। ଯଦି ମଧ୍ୟସ୍ଥି କିଛି ନ କରନ୍ତି, ତେବେ ଅସନ୍ତୁଷ୍ଟ ପକ୍ଷ (ବ୍ୟକ୍ତି କିମ୍ବା ସରକାର) ମଧ୍ୟସ୍ଥିଙ୍କ ବିରୋଧରେ ଅଦାଲତର ଦ୍ୱାରସ୍ଥ ହୋଇପାରିବେ। ଏହାପରେ କୋର୍ଟ ଯାହା ନିଷ୍ପତ୍ତି ନେବେ।

ଜଷ୍ଟିସ ଗୌତମ ପଟେଲ ଓ ଜଷ୍ଟିସ ନୀଲା ଗୋଖଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ଯେ ଜଣେ ଅନ୍‌ଲାଇନ୍‌ ବ୍ୟବହାରକାରୀ ଏକତରଫା ଭାବେ ବନ୍ଦ ହୋଇଯାଇଥିବା ପୋଷ୍ଟ ପାଇଁ କ’ଣ କରିବେ? ସତ କ’ଣ ତାହା ସ୍ଥିର କରିବାର ଅଧିକାର ଏଫ୍‌ସିୟୁ ପାଖରେ ଅଛି କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। କୌଣସି ପୋଷ୍ଟରେ ମିଥ୍ୟା ତଥ୍ୟ ରହିଛି କି ନାହିଁ, ତାହା କେବଳ ଅଦାଲତ ହିଁ ସ୍ଥିର କରିପାରିବେ ବୋଲି ମେହେଟ୍ଟା କହିଛନ୍ତି। ଖଣ୍ଡପୀଠ ସେପ୍ଟେମ୍ବର ୨୯ରେ ଏହି ଆବେଦନର ପରବର୍ତ୍ତୀ ଶୁଣାଣି କରିବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button