ରାଜ୍ୟ

କ୍ରିକେଟ୍‌ ମାଧ୍ୟମରେ ଲିଙ୍ଗଗତ ସମାନତା ଅଭିଯାନ ଆରମ୍ଭ କଲେ ଧର୍ମେନ୍ଦ୍ର – Ibnodisha

[ad_1]

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପୁଅ ଓ ଝିଅଙ୍କ ମଧ୍ୟରେ ଲିଙ୍ଗଗତ ସମାନତା ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ‘କ୍ରାୟୋ ଫର୍‌ ଗୁଡ୍‌’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତୀୟ ମହିଳା କ୍ରିକେଟ୍‌ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା ଏବଂ ବିସିସିଆଇ ସମ୍ପାଦକ ଜୟ ଶାହ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅଭିଯାନ କ୍ରୀଡ଼ାର ଶକ୍ତି ଏବଂ କ୍ରିକେଟ୍‌ର ଲୋକପ୍ରିୟତା ମାଧ୍ୟମରେ ଶିଶୁ କନ୍ୟାମାନଙ୍କୁ ସଶକ୍ତ କରିବା ସହ ଲିଙ୍ଗଗତ ସମାନତା ଉପରେ ସଚେତନତା ସୃଷ୍ଟି କରିବ ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି। ଆଇସିସି, ବିସିସିଆଇ, ୟୁନିସେଫ ଓ ଶିକ୍ଷା ମନ୍ତ୍ରାଳୟର ମିଳିତ ଭାଗୀଦାରିରେ ଏହି ଅଭିଯାନ ଆରମ୍ଭ ହୋଇଛି। ୮ଟି ସିରିଜ ବିଶିଷ୍ଟ କ୍ରିକେଟ୍‌ ଆଧାରିତ ଆନିମେସନ ଚଳଚ୍ଚିତ୍ର ମାଧ୍ୟମରେ ଲିଙ୍ଗଗତ ସମାନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଝିଅମାନଙ୍କୁ ଜୀବନ କୌଶଳ ସହ ଯୋଡ଼ିବା ଏବଂ କ୍ରୀଡ଼ାରେ ସେମାନଙ୍କୁ ପ୍ରତ୍ସୋହିତ କରିବା ଏହି କାର୍ଯ୍ୟକ୍ରମର ଉଦେଶ୍ୟ।

ଏହି ଅଭିନବ ଅଭିଯାନକୁ ଶ୍ରୀ ପ୍ରଧାନ ପ୍ରଶଂସା କରିବା ସହ କହିଛନ୍ତି ଯେ ଝିଅମାନେ ପୂର୍ବରୁ ଦେଶ ପାଇଁ ଗୌରବ ଆଣିଛନ୍ତି। ସାଇନା ନେହୱାଲ, ପିଭି ସିନ୍ଧୁ, ମେରିକମ୍‌, ଝୁଲଣ ଗୋସ୍ବାମୀ, ମିତାଲି ରାଜ, ସ୍ମୃତି ମନ୍ଧାନା ଭଳି ଝିଅ ଆମ ଦେଶର ଗୌରବ ବଢ଼ାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତୃତ୍ବରେ ମହିଳା ସଶକ୍ତିକରଣ ବିଶେଷ ଭାବ‌ରେ ଝିଅମା‌ନଙ୍କ ସଶକ୍ତିକରଣ ଜାତୀୟ ଶିକ୍ଷା ନୀତିର ମୂଳ ଅଧାର। ଆଜିର ପଦକ୍ଷେପ ନେତୃତ୍ବ, ସମସ୍ୟାର ସମାଧାନର ସୂତ୍ର ବାହାର କରିବା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ଜାଗ୍ରତ କରିବା, ନିଷ୍ପତ୍ତି‌ ନେବାର ସାମର୍ଥ୍ୟ, ବୁଝାମଣା, ସମବେଦନା, ଟିମ୍‌ ୱାର୍କ ଏବଂ ଲକ୍ଷ୍ୟ ସ୍ଥିର କରିବା ଭଳି ଆବଶ୍ୟକୀୟ ଜୀବନ କୌଶଳ ଉପରେ ଗୁରୁତ୍ବ ଦେବ। ଖେଳ ଆମ ସମସ୍ତଙ୍କ ଜୀବନର ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶିକ୍ଷା ମନ୍ତ୍ରାଳୟ ଏହି ମଡ୍ୟୁଲଗୁଡ଼ିକୁ ଦେଶରେ ଥିବା ୧.୫ ମିଲିୟନ ସ୍କୁଲ୍‌କୁ ଦୀକ୍ଷା ପ୍ଲାଟଫର୍ମ ମାଧ୍ୟମରେ ପ୍ରଦାନ କରିବ। ଆମ ଦେଶ ମହିଳା ସଶକ୍ତିକରଣକୁ ପାରମ୍ପରିକ ଭାବେ ପରିଚୟ ଦେଇ ଆସିଛି। ଚନ୍ଦ୍ରଯାନ-୨ ଅଭିଯାନରେ ଶତାଧିକ ମହିଳା ବୈଜ୍ଞାନିକଙ୍କ ଯୋଗଦାନ ରହିଛି। ନିକଟରେ ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ବନ୍ଦନ ଅଧିନିୟକ ଗୃହରେ ଉପସ୍ଥାନ କରିବା ସହ କରାଇଛନ୍ତି। ଦେଶ ଏବେ ମହିଳା ଆଧାରିତ ବିକାଶର ନେତୃତ୍ବ ନେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button