ରାଜ୍ୟ

ଦୁଇ ଦଫା ଦାବି ନେଇ ଏନପିଏସ ଶିକ୍ଷକ ସଂଘର ବିକ୍ଷୋଭ – Ibnodisha

[ad_1]

ଭୁବନେଶ୍ବର: ଦୁଇ ଦଫା ଦାବି ପୂରଣ ନେଇ ଓଡ଼ିଶା ସରକାରୀ ହାଇସ୍କୁଲ(ମାଧ୍ୟମିକ) ନୂତନ ପେନ୍‌ସନ୍‌ ଯୋଜନାଭୁକ୍ତ ଶିକ୍ଷକ ସଂଘ(ଏନପିଏସ୍‌) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ପୂର୍ବ‌ାହ୍ନ ସାଢ଼େ ୧୧ଟାରେ ଶିକ୍ଷକ ସଂଘର ହଜାର ହଜାର ଶିକ୍ଷକ କଂଗ୍ରେସ ଭବନ ସମ୍ମୁଖରୁ ବାହାରି ‌ମାଷ୍ଟର କ୍ୟାଣ୍ଟିନ୍ ଛକରେ ରାସ୍ତା‌ ଅବରୋଧ ‌କରିଥିଲେ। ଫଳରେ ରାଜମହଲ ଆଡ଼ୁ ଆସୁଥିବା ଶତାଧିକ ଗାଡ଼ି ରାସ୍ତାରେ ଅଟକି ରହିଥିଲା। ପ୍ରାୟ ଏକ ଘଣ୍ଟା ଧରି ରାସ୍ତା ଜାମ୍ ରହିଥିଲା।

ପୁଲିସ ସେମାନଙ୍କୁ ବୁଝ‌ାସୁଝା କରିବା ପରେ ଶିକ୍ଷକମା‌ନେ ଧାରଣାସ୍ଥଳକୁ ଯାଇଥିଲେ। ଓଡ଼ିଶା ସରକାରୀ ହାଇସ୍କୁଲ(ମାଧ୍ୟମିକ) ଏନପିଏସ ଶିକ୍ଷକ ସଂଘ ପକ୍ଷରୁ କରାଯାଇଥିବା‌ ଦୁଇ ଦଫା‌ ଦାବି ହେଲା, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରିରେ ଯୋଗ କରିବା ସହ ୬ ଗୋଟି ନୋସନାଲ୍ ଇନକ୍ରିମେଣ୍ଟ୍ ପ୍ରଦାନ କରିବା ଏବଂ ପୁରୁଣା ପେନସନ ଲାଗୁ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ରାଜ୍ୟ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ଆଏଚ ଓ ରାଜ୍ୟ ସଂଘର ସାଧାରଣ ସଂପାଦକ ଅମରେନ୍ଦ୍ର ସ୍ବାଇଁ କହିଛନ୍ତି। ଆନ୍ଦୋଳନ ପାଇଁ ବିଦ୍ୟାଳୟମାନଙ୍କରେ ଯାହା ବି ପାଠପଢ଼ାରେ ବ୍ୟାଘାତ ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି କାର୍ଯ୍ୟକାରୀ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ, ମହାସଚିବ ଶୁଭ୍ରଜିତ ପ୍ରତିହାରୀ, ଜିତେନ୍ଦ୍ର ନାୟକ, ବିଶ୍ୱଜିତ ବିଶ୍ୱାଳ, ପଞ୍ଚାନନ ଜେନା, ରାଜେନ୍ଦ୍ର ମଲ୍ଲିକ, ନିରୋଦ ରଥ, ଶୁଭ ସୁନ୍ଦର ପଣ୍ଡା ଓ ଅଶୋକ ମଲ୍ଲିକ ପ୍ରମୁଖ କହିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button