ରାଜ୍ୟ

ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ପୋଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପାରସ୍ପରିକ ଆଲୋଚନା କାର୍ଯ୍ୟକ୍ରମ

ଖୋର୍ଦ୍ଧା: ‘ପ୍ରୋଜେକ୍ଟ ସମ୍ପର୍କ’ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଗତକାଲି ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ପୋଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପାରସ୍ପରିକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଗୁଇନ୍ଦା ଡ଼ିଏସପି ପ୍ରଶାନ୍ତ ମାଝୀ ସ୍ୱାଗତ ଭାଷଣ ଦେଇଥିବାବେଳେ ମହାବିଦ୍ୟାଳୟ ପ୍ରଫେସର ଶୁଭେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଏସପି ସାଗରିକା ନାଥ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଜର ବହୁମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ।

ବିଶେଷକରି ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ ନିୟମ ପାଳନ, ସାମାଜିକ ଗଣମାଧ୍ୟମକୁ କିପରି ଭାବେ ବ୍ୟବହାର କରିବା, କ୍ୟାରିଅର ଡେଭଲପମେଣ୍ଟ, ପରସ୍ପରକୁ ସମ୍ମାନ ଦେବା, ସାମାଜିକ ସଚେତନତା ଏବଂ ଆଜିର ସମାଜରେ ନାରୀମାନେ କିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି, ତାହା ଉପରେ ଆଲୋକପାତ କରିଥିଲେ।

ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ ବିନୋଦିନୀ ମିଶ୍ର ଯୁବପିଢ଼ିଙ୍କୁ ଦାଇତ୍ୱବାନ ଏବଂ ପରିଶ୍ରମୀ ହେବାପାଇଁ ପରାମର୍ଶ ଦେଇଥିଲେ।

ଅନୁରୂପ ଭାବେ ଉକ୍ତ ସଭାରେ ଖୋର୍ଦ୍ଧା ଅଞ୍ଚଳର ଦୁଇ ଜଣ ରାଜ୍ୟ ଏବଂ ଜାତୀୟ ସ୍ତରୀୟ ସଫଳ ଛାତ୍ରୀ ଆଥଲେଟ ସମସାଦ ଆରା ବେଗମ ଓ ସନୟା ଆରା ବେଗମଙ୍କୁ ସମ୍ମାନିତ କରିଥିଲେ ଏସପି।

ଉକ୍ତ କାର୍ଯ୍ୟକ୍ରମରେ ଦୁଇ ଅତିରିକ୍ତ ଏସପି ସୁରେନ୍ଦ୍ରନାଥ ମୁର୍ମୁ, ଶ୍ରୀନିବାସ ମହାନ୍ତି, ଖୋର୍ଦ୍ଧା ଭାରପ୍ରାପ୍ତ ଏସଡ଼ିପିଓ ଅନିଲ କୁମାର ମହାନ୍ତି, ଶିଳ୍ପାଞ୍ଚଳ ଥାନା ଅଧିକାରିଣୀ ଗାୟତ୍ରୀ ମିଶ୍ର ଏବଂ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

ସଭାଶେଷରେ ମହାବିଦ୍ୟାଳୟ ଉପାଧ୍ୟକ୍ଷ ପ୍ରଫେସର ପ୍ରଣବ କିଶୋର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ତେବେ ଖୋର୍ଦ୍ଧା ଏସପିଙ୍କ ଉକ୍ତ ପଦକ୍ଷେପକୁ ଜିଲ୍ଲାବାସୀ ପ୍ରଶଂସା କରିବା ସହ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ ହେଉ ବୋଲି ମତ ଦେଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button