ରାଜ୍ୟ

ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ସ୍ବତନ୍ତ୍ର ସଚିବ ଓ ନିର୍ଦ୍ଦେଶକଙ୍କ ଖୋର୍ଦ୍ଧା ଗଡ଼ ପରିଦର୍ଶନ – Ibnodisha

[ad_1]

ଖୋର୍ଦ୍ଧା: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ  ଓ ନିର୍ଦ୍ଦେଶକଙ୍କୁ ନେଇ ଏକ ଟିମ୍‌ ଗୁରୁବାର ଦିନ ଖୋର୍ଦ୍ଧାଗଡ଼ ଓ ପ୍ରସ୍ତାବିତ ପାଇକ ସ୍ମାରକୀ ଅଞ୍ଚଳ ପରିଦର୍ଶନ କରିଛନ୍ତି।

ଗୁରୁବାର (୨୮ ତାରିଖ) ସକାଳ ପ୍ରାୟ ସାଢ଼େ ୧୦ଟାରେ ବିଭାଗର ସ୍ବତନ୍ତ୍ର ସଚିବ ମଧୁସୂଦନ ଦାସ ଓ ନିର୍ଦ୍ଦେଶକ ଦିଲିପ ରାଉତରାୟ ଜିଲ୍ଳାପାଳ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ସେଠାରୁ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସଙ୍କ ସହ ଖୋର୍ଦ୍ଧାଗଡ଼ ଯାଇଥିଲେ। ପାଇକ ଏକାଡେମୀ ପାଇଁ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଖୋର୍ଦ୍ଧା ଗଡ଼ର ପଶ୍ଚିମ ଦ୍ବାର ପ‌ଟେ ଥିବା ଅର୍ଦ୍ଧନିର୍ମିତ ଗୃହରେ ଅସ୍ଥାୟୀ ଭାବେ ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ଗୃହରେ ଏକାଡେମୀ ସଂଚାଳନ ହୋଇପାରିବ କି ନାହିଁ ସେନେଇ ଉଭୟ ଅଧିକାରୀ ଅନୁଧ୍ୟାନ କରିଥିଲେ। ସେହିଭଳି ‌ଖୋର୍ଦ୍ଧା ଗଡ଼ର ବିକାଶ ନେଇ କ’ଣ କରାଯିବ, ବର୍ତମାନ ସ୍ଥିତ କ’ଣ, ପ୍ରାଚୀରର ସ୍ଥିତି ଆଦିର ପ୍ରତ୍ୟକ୍ଷ ଯାଂଚ କରିଥିଲେ। ଏହାପରେ ଐତିହାସିକ ବରୁଣେଇ ପାଦଦେଶରେ ପ୍ରସ୍ତାବିତ ପାଇକ ସ୍ମାରକୀ ସ୍ଥଳ ପରିଦର୍ଶନ କରିଥିଲେ। ଗସ୍ତ ସମ୍ପର୍କରେ ବିଭାଗ ସୂତ୍ରରୁ ମିଳିଥିବା ସୂଚନାରେ, ବର୍ତମାନ ଖୋର୍ଦ୍ଧା ଗଡ଼ର ପଶ୍ଚିମ ଦ୍ବାର ପଟେ ଥିବା ଗୃହଗୁଡ଼ିକ ପର୍ଯ୍ୟଟନ ବିଭାଗ ଅଧୀନରେ ରହିଛି। ଏହାସହ ଖୋର୍ଦ୍ଧା ଗଡ଼ଟି ରାଜ୍ୟ ପ୍ରତ୍ନତତ୍ବ ବିଭାଗ ଅଧୀନରେ ରହିଛି। ‌ପାଇକ ଏକାଡେମୀ ଓ ଗଡ଼ ଖୋର୍ଦ୍ଧାର ପୁନରୁଦ୍ଧାର ପାଇଁ ପର୍ଯ୍ୟଟନ, ସଂସ୍କୃତି ଓ ପ୍ରତ୍ନତତ୍ବ ବିଭାଗ ମଧ୍ୟରେ ଏକ ସମନ୍ବୟ କମିଟି ବୈଠକ ବସି ପରବର୍ତୀ ନିଷ୍ପତ୍ତି ନିଆଯିବ।  ଡିପିଆର ପ୍ରସ୍ତୁତ ହେବା ପରେ ଅର୍ଥ ବିଭାଗକୁ ଅନୁଦାନ ପାଇଁ ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ଅଗଷ୍ଟ ମାସରେ ୫-ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ ଖୋର୍ଦ୍ଧା ଗସ୍ତ ସମୟରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ପାଇକ ସଂଗଠନଗୁଡ଼ିକ ପାଇକ ଏକାଡେମୀ ଗଠନ ଓ ଖୋର୍ଦ୍ଧା ଗଡ଼ର ବିକାଶ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ପାଇକ ଏକାଡେମୀର ଘୋଷଣା ୧ ସପ୍ତାହ ମଧ୍ୟରେ ଓ ଖୋର୍ଦ୍ଧା ଗଡ଼ର ବିକାଶ ଡିପିଆର୍‌ ପ୍ରଦାନର ୧ ମାସ ମଧ୍ୟରେ ଅନୁଦାନ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button