ବନ୍ଦ ହେଲା ନୂଆଦିଲ୍ଲୀରେ ଥିବା ଆଫଗାନ ଦୂତାବାସ – Ibnodisha

[ad_1]

ନୂଆଦିଲ୍ଲୀ : ଭାରତରେ ଥିବା ଆଫଗାନିସ୍ତାନ ଦୂତାବାସ ଏହାର ସମସ୍ତ କାର୍ଯ୍ୟକୁ ବନ୍ଦ କରିଦେଇଛି । ଦୂତାବାସ ପରିଚାଳନା ପାଇଁ ଅର୍ଥ ଅଭାବରୁ ଏପରି ନିଷ୍ପତ୍ତି ନିଆଯାଇଛି । ଏହାର କୂଟନୀତିଜ୍ଞମାନେ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି। ରାଷ୍ଟ୍ରଦୂତ ଏବଂ ଅନ୍ୟ ବରିଷ୍ଠ କୂଟନୀତିଜ୍ଞମାନେ ଭାରତ ଛାଡି ୟୁରୋପ ଏବଂ ଆମେରିକାରେ ଆଶ୍ରୟ ନେଇଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆଫଗାନ ଦୂତାବାସ ଦୁଇ ବର୍ଷ ଧରି ପାଣ୍ଠି ସଙ୍କଟର ସମ୍ମୁଖୀନ ହେଉଥିଲା ଏବଂ ପୂର୍ବ ଅଶରଫ ଘନି ସରକାର ଦ୍ୱାରା ନିଯୁକ୍ତ କୂଟନୀତିଜ୍ଞଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ୨୦୨୧ରେ ତାଲିବାନ ପକ୍ଷରୁ ଅଶରଫ ଘନି ସରକାରକୁ ଉଚ୍ଛେଦ କରାଯାଇଥିଲା। ତେବେ ଦୂତାବାସ ବନ୍ଦ ପରେ ସ୍ଥିତି ତାଲିବାନ ପାଇଁ ସହଜ ହୋଇପାରେ । କାରଣ ଏହି ଘଟଣା ତାଲିବାନ କୂଟନୀତିଜ୍ଞଙ୍କ ପାଇଁ ଦାୟିତ୍ୱ ଗ୍ରହଣ କରିବାର ବାଟ ଖୋଲିପାରେ ।
ତେବେ ଅଗଷ୍ଟ ୨୦୨୧ରେ ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିବା ତାଲିବାନ ସରକାରକୁ ଭାରତ ସ୍ୱୀକୃତି ଦେଇନାହିଁ। ଭାରତ ସରକାର ତାଲିବାନ ସରକାରକୁ ସ୍ବୀକୃତି ଦେବା ପରେ ହିଁ ତାଲିବାନ ନୂଆଦିଲ୍ଲୀରେ ନିଜର ଦୂତାବାସ ଖୋଲିପାରିବ । ଏଣୁ କେବେ ପୁଣି ଥରେ ଆଫଗାନିସ୍ତାନ ଦୂତାବାସ ଖୋଲିବ ତାହାକୁ ନେଇ ଅନିଶ୍ଚିତତା ଜାରି ରହିଛି ।
[ad_2]