ଦେଶ
ରାଘବ ଚଢ଼ାଙ୍କୁ ସୁପ୍ରିମ୍କୋର୍ଟଙ୍କ ପରାମର୍ଶ; ଉପରାଷ୍ଟ୍ରପତିଙ୍କୁ ନିଃସର୍ତ୍ତ କ୍ଷମା ମାଗ – Ibnodisha

[ad_1]
ନୂଆଦିଲ୍ଲୀ: ସିଲେକ୍ଟ କମିଟି ବିବାଦରେ ଆପ୍ ରାଜ୍ୟସଭା ସାଂସଦ ରାଘବ ଚଢ଼ା ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ଭେଟି ନଃସର୍ତ୍ତ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଶୁକ୍ରବାର ସୁପ୍ରିମ୍କୋର୍ଟ ପରାମର୍ଶ ଦେଇଛନ୍ତି । କୋର୍ଟ କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଆପ୍ ସାଂସଦଙ୍କ କ୍ଷମାପ୍ରାର୍ଥନାକୁ ସହାନୁଭୂତିର ସହ ବିଚାର କରି ଆଗକୁ ବଢ଼ିବା ପାଇଁ ଉଦ୍ୟମ କରିବେ । କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଦିପାବଳୀ ଛୁଟି ପରେ କରିବେ । ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନରେ ବେଳେ ସ୍ୱାଧୀକାର ଭଙ୍ଗ ଅଭିଯୋଗରେ ଚଢ଼ା ଅଗଷ୍ଟ ୧୧ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ ହୋଇଥିଲେ ।
[ad_2]