ରାଜ୍ୟ

ବିଜେପି ପକ୍ଷରୁ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ – Ibnodisha

[ad_1]

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଚାଷୀ ସମସ୍ୟା ତଥା ଧାନକିଣା ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ନୂଆପଡ଼ା ବିଜେପି ପକ୍ଷରୁ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜିଲ୍ଲା ୫ଟି ବ୍ଳକ ଓ ୩ଟି ଏନଏସି ସଂପୂର୍ଣ୍ଣ ଭାବେ ବନ୍ଦ ବନ୍ଦ ପାଳନ କରାଯାଉଛି। ନୂଆପଡ଼ାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ଯୁବମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା, ସଦାନନ୍ଦ ଯୋଶୀ ଓ ବିଜୟ ଚନ୍ଦ୍ର ପାଲଙ୍କ ନେତୃତ୍ବରେ ଭାଜପା କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବା ପରିଲକ୍ଷିତ ହୋଇଛି।

ଠିକ୍ ସେହିପରି କୋମନା ବ୍ଲକରେ ବିଜେପି ନେତା ଯଦୁମଣି ପାଣିଗ୍ରାହୀ ଓ ସିନାପାଲିରେ ସୁବ୍ରତ ଠାକୁରଙ୍କ ନେତୃତ୍ବରେ ବନ୍ଦ ପାଳିତ ହେଉଛି। ନୂଆପଡ଼ା ଜିଲ୍ଲାରେ ଯାନବାହାନ, ଦୋକାନ ବାଜର, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ସ୍କୁଲ, କଲେଜ, ସହ ଜିଲ୍ଲାର ସମସ୍ତ ମଣ୍ଡି ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ନୂଆପଡ଼ାରେ ଜନଜୀବନ ପ୍ରଭାବିତ ହୋଇଥିବା ଜଣାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button