ରାଜ୍ୟ

ଆସନ୍ତା ୧୪ ତାରିଖ ରୁ ୧୭ ତାରିଖ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ! – Ibnodisha

[ad_1]

ଭୁବନେଶ୍ୱର: ରାଜ୍ୟରେ ପୁଣି ବଡ଼ ବର୍ଷା ସମ୍ଭାବନା ଥିବା ସୂଚନା। ଆସନ୍ତା ୧୪ ତାରିଖ ରୁ ୧୭ ତାରିଖ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ପ୍ରବାଳ ବର୍ଷା ହେତୁ ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ ୧୩ ତାରିଖରେ ଗାଙ୍ଗେୟ ଉପତ୍ୟାକା ଏବଂ ଉତ୍ତର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହି ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ନହେଲେ ବି ଉତ୍ତର ଓଡ଼ିଶାର ଉପକୂଳ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷାହେବ ବୋଲି ଆକଳନ କରି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ। ରାଜ୍ୟର କିଛି ସ୍ଥାନରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡ଼ଘଡି଼ ଓ ବିଜୁଳି ସହ ବର୍ଷା ଜାରି ରହିଛି।

ତେବେ ଆଜି ଘଡ଼ଘଡି ବିଜୁଳି ସହ ବର୍ଷା ହେବା ମଧ୍ୟ ସୂଚନା ଦେଇଛି ପାଣିପାଗ ବିଭାଗ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଗଜପତି, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ଘଡ଼ଘଡି ବିଜୁଳି ସହ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ମୌସୁମୀ ନିମ୍ନଚାପରେଖା ଦୁର୍ବଳ ରହିବ।

ସେପଟେ ରାଜ୍ୟର ବିଭିନ୍ନ ନଦୀରେ ଏବେ ଜଳସ୍ତର ତଳକୁ ଖସୁଥିବା ଯୋଗୁ ଏବେ ରାଜ୍ୟରେ ବନ୍ୟା ସମ୍ଭାବନା ମଧ୍ୟ ଧିରେ ହ୍ରାସ ପାଇବାରେ ଲାଗିଛି। ଏହାବ୍ୟତୀତ ହୀରାକୁଦ ନଦୀବନ୍ଧର ତଳମୁଣ୍ଡ ଓ ଉପରମୁଣ୍ଡରେ ବର୍ଷା ମଧ୍ୟ କମ୍ ବନ୍ଦ ହୋଇଯାଇଛି । ଯାହାଫଳରେ ଡ୍ୟାମରେ ଜଳସ୍ତର ନିମ୍ନଗାମୀ ହେଉଥିବା ସୂଚନା ମିଳିଛି ।ତେବେ ଅନୁମାନ କରାଯାଉଛି ଯେ, ଆସନ୍ତା ୯ ତାରିଖ ସୁଦ୍ଧା ହୀରାକୁଦର ଜଳସ୍ତର ୬୧୫ ଫୁଟ ତଳକୁ ଖସି ଯିବାର ସମ୍ଭାବନା ରହିଛି । ଯାହାଫଳରେ ବନ୍ୟାକୁ ନେଇ ରାଜ୍ୟରେ ବୃଦ୍ଧି ପାଉଥିବା ଆଶଙ୍କା ମଧ୍ୟ କମ୍ ହୋଇଥିବା ଦେଖା ଦେଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button