ରାଜ୍ୟ

ରାଜ୍ୟରେ ଲାଗିବ ୫ କୋଟି ଗଛ : ମୁଖ୍ୟମନ୍ତ୍ରୀ

ଏ ବର୍ଷ ରାଜ୍ୟରେ ମୋଟ ୫ କୋଟି ଗଛ ଲଗାଇବା ପାଇଁ ଟାର୍ଗେଟ କରିଛି ବନ ବିଭାଗ। ଶିକ୍ଷାନୁଷ୍ଠାନ, ଘରୋଇ ଅନୁଷ୍ଠାନ, ଛାତ୍ରଛାତ୍ରୀ ଭଳି ସମସ୍ତଙ୍କୁ ବଣ୍ଟାଯିବ ଚାରା। ସମସ୍ତେ ଅତି କମ୍ ରେ ଗୋଟିଏ ଗଛ ଲଗାଇବାକୁ ଅନୁରୋଧ କରାଯାଇଛି। ବୃକ୍ଷରୋପଣରେ ଓଡ଼ିଶା ହେବ ନମ୍ବର ଏକ। ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଆହୁରି କହିଛନ୍ତି, ପୂର୍ବରୁ ୧୮ମାସର ଚାରା ଲଗା ଯାଉଥିବା ବେଳେ ଏ ବର୍ଷ  ୩୦ ମାସିଆ ଚାରା ଦିଆଯିବ। ଗଛ ଲଗାଇବା ପରେ ଯେଉଁ ପଲିଥିନ ବାହାରିବ ତାକୁ ବି ବାୟ ବ୍ୟାକ କରିବେ ଓଡ଼ିଶା ସରକାର। ସେହିପରି ଜଙ୍ଗଲ ବିଭାଗ କେବଳ ୧୯ ଲକ୍ଷ ତାଳ ଗଛ ଲଗାଇବ । ତାଳ ଗଛ ହାତୀକୁ ଖାଦ୍ୟ ଦେବା ସହିତ ଓ ବଜ୍ରପାତରୁ ରକ୍ଷା ମିଳିବ। ଜଙ୍ଗଲ ଓ କୃଷି ବିଭାଗ ମିଶି ଏହି କାମ କରିବେ।

ରେକର୍ଡ କରିଛି ଓଡ଼ିଶା। ‘ଏକ ପେଡ ମା କେ ନାମ’ ହ୍ୟାଚ ଟ୍ୟାଗରେ ସାରା ଦେଶରେ ସବୁଠୁ ଅଧିକ ଗଛ ଲଗାଇବା ଫଟୋ ଅପଲୋଡ଼ ହୋଇଛି ଓଡ଼ିଶାରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୱେବ ସାଇଟରୁ ଏ ତଥ୍ୟ ମିଳିଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସତ୍ୟବ୍ରତ ସାହୁ। ଏ ପର୍ଯ୍ୟନ୍ତ ୧ ଲକ୍ଷ ୪୫ ହଜାର ଗଛ ଲଗାଯାଇ ଫଟୋ ଅପଲୋଡ଼ ହୋଇଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଏଥିପାଇଁ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି।

ଆଜି ଡ଼ୁମଡ଼ୁମା ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟସ୍ତରୀୟ ୭୫ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ସେହିପରି ଜଙ୍ଗଲ ସୁରକ୍ଷାରେ ସବୁଠାରୁ ଭଲ କାମ କରିଥିବା ଜଙ୍ଗଲ ସୁରକ୍ଷା ସମିତିକୁ ବିଜୁ ପଟ୍ଟନାୟକ ପୁରସ୍କାର ସହ ୧ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button