ମନୋରଞ୍ଜନ

’ଡନ୍‌-୩‘ରେ ଶାହରୁଖ୍‌ଙ୍କ ସ୍ଥାନରେ ରଣବୀର ସିଂହ! ନିରାଶ ହେଲେ କିଙ୍ଗ୍‌ଖାନ୍‌ଙ୍କ ପ୍ରଶଂସକ – Ibnodisha

[ad_1]

ମୁମ୍ବାଇ: ସିନେ ନିର୍ଦ୍ଦେଶକ ଫରହାନ ଅଖତର ସୋସିଆଲ ମିଡିଆରେ ବଲିଉଡ୍ ସଂପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ସେ ‘ଡନ୍‌-୩’ ଚଳଚ୍ଚିତ୍ର ସଂପର୍କରେ ଘୋଷଣା କରିବା ପରେ ଝଡ଼ ସୃଷ୍ଟି ହୋଇଛି। ଫିଲ୍ମରେ ଶାହରୁଖ୍‌ ଖାନ୍‌ଙ୍କ ସ୍ଥାନ‌ ରଣବୀର ସିଂହ ନେଉଥିବା ଅନୁମାନ କରାଯାଉଥିବା ବେଳେ ପ୍ରଶଂସକମାନେ ଏବେ ‘ନ‌ୋ ଶାହରୁଖ୍‌, ନୋ ‘ଡନ୍‌’’ ଲେଖି ବିରୋଧ ଜାରି ରଖିଛନ୍ତି।

‘ଡନ୍‌’ ଓ ‘ଡନ୍‌-୨’ରେ କିଙ୍ଗ୍‌ ଖାନ୍‌ଙ୍କ ଜବରଦସ୍ତ ଅଭିନୟ ପ୍ରଶଂଶକଙ୍କୁ ଅ‌ାନନ୍ଦିତ କରିଥିବା ବେଳେ ତ‌ାଙ୍କ ସ୍ଥାନରେ ଅନ୍ୟ କେଉଁ ବି କଳାକାରଙ୍କୁ ଦେଖିବାକୁ ଚାହାନ୍ତିନି ସେମ‌ାନେ। ‘ଡନ୍‌’ରେ ରଣବୀରଙ୍କ ପ୍ରବେଶ ଶାହରୁଖ୍‌ ପ୍ରେମୀଙ୍କୁ ନିରାଶ କରିଛି। ଟ୍ବିଟର୍‌ରେ ଏବେ ହ୍ୟାସ୍‌ ଟ୍ୟାଗ୍‌  ‘ନ‌ୋ ଶାହାରୁଖ୍‌, ନୋ ‘ଡନ୍‌’’ ଟ୍ରେଣ୍ଡ୍‌ ହେବାରେ ଲାଗିଛି। ବିଭିନ୍ନ ମଜାଦାର ମିମ୍‌ ବି ସବୁ ଦେଖିବାକୁ ମିଳୁଛି ଏହାକୁ ନେଇ।

 

ଫରହାନ ଅଖତର ପ୍ରଥମ ଦୁଇଟି ‘ଡନ୍’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ, ଯେଉଁଥିରେ ପ୍ରିୟଙ୍କା ଚୋପ୍ରା ଏବଂ ବୋମାନ ଇରାନୀଙ୍କ ସହ ଶାହରୁଖ ଖାନ୍‌ ଟାଇଟଲ ଭୂମିକାରେ ଅଭିନୟ କରିଥିଲେ। ପ୍ରଥମ ‘ଡନ୍’ ଅମିତାଭ ବଚ୍ଚନଙ୍କ ୧୯୭୮ ମସିହା ଫିଲ୍ମର ରିମେକ୍‌ ଥିଲା। ବିଗ୍‌ ବିଙ୍କ ଫିଲ୍ମ ପରି କିଙ୍ଗ୍‌ ଖାନ୍‌ଙ୍କର ବି ଦୁଇଟି ଯାକ ଫିଲ୍ମ ବେଶ୍‌ ହିଟ୍‌ ହୋଇଥିଲା।

୨୦୧୧ ମସିହାରେ ‘ଡନ୍‌-୨’ ରିଲିଜ୍‌ ହେବା ପରଠାରୁ ପ୍ରଶଂସକମାନେ ‘ଡନ୍‌-୩’ ନିର୍ମାଣ କରିବାକୁ ନିର୍ଦ୍ଦେଶକଙ୍କୁ ନିବେଦନ କରିଥିଲେ। ତେବେ କୁହାଯାଉଛି ଯେ ଫର୍‌ହାନ୍‌ ଫିଲ୍ମ‌‌ରେ ଶାହରୁଖ୍‌ଙ୍କୁ ନେବାକୁ ଇଚ୍ଛା ରଖିଥିଲେ। ସେ ଶାହରୁଖ୍‌ଙ୍କ ‘ଡନ୍‌-୩’ ପ୍ରସ୍ତାବ ‌ବି ଦେଇଥିଲେ। ହେଲେ କିଙ୍ଗ୍‌ ଖାନ୍‌ କିଛି ବଡ଼ ପ୍ରକଳ୍ପରେ ବ୍ୟସ୍ତ ଥିବାରୁ ଫର୍‌ହାନ୍‌ଙ୍କୁ ସମୟ ଦେବାକୁ ମନ‌ା କରିଦେବା ପରେ ସେ ରଣବୀରଙ୍କୁ ବାଛିଛନ୍ତି। ଏହା କେବଳ ଶୁଣାଯାଉଛି, ଶାହରୁଖ୍‌ କିମ୍ବା ଫର୍‌ହାନ୍‌ କେହି ବି ଏ ନେଇ ସ୍ପଷ୍ଟ କରିନାହାନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button