ଖେଳ

ଷ୍ଟମ୍ପିଂ ଓ କନ୍‌କସନ୍ ନିୟମରେ ପରିବର୍ତ୍ତନ – Ibnodisha

[ad_1]

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍‌ସିଲ୍ (ଆଇସିସି) କ୍ରିକେଟ୍ ନିୟମରେ କେତେକ ପରିବର୍ତ୍ତନ କରିଛି । ଏବେ ତୃତୀୟ ଅମ୍ପାୟାର ଷ୍ଟମ୍ପିଙ୍ଗ୍ ରିପ୍ଲେ ଦେଖିବା ବେଳେ ୱିକେଟ୍ ପଛରେ କ୍ୟାଚ୍‌ର ଯାଞ୍ଚ କରିପାରିବେ ନାହିଁ । ଏହା ବ୍ୟତୀତ କନ୍‌କସନ୍ ରିପ୍ଲେମେଣ୍ଟ୍ ନିମୟରେ ମଧ୍ୟ କେତେକ ପରିବର୍ତ୍ତନ କରାଯାଇଛି । ରିପୋର୍ଟ ଅନୁସାରେ ଏହି ପରିବର୍ତ୍ତିତ ନିୟମ ୨୦୨୩ ଡିସେମ୍ବର ୧୨ରୁ ଲାଗୁ ହୋଇଥିବା ବେଳେ ଆଇସିସି ନିୟମ ପରିବର୍ତ୍ତନକୁ ନେଇ କୌଣସି ଘୋଷଣା କରିନାହିଁ ।
ସବୁଠୁ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଷ୍ଟମ୍ପିଙ୍ଗ୍‌ର ଭିଡିଓ ରିଭ୍ୟୁକୁ ନେଇ କରାଯାଇଛି । ଏବେ ଯଦି ୱିକେଟ୍‌କିପର୍ ଷ୍ଟମ୍ପିଙ୍ଗ୍ ଅପିଲ୍ କରିବେ, ତେବେ ଅମ୍ପାୟାର୍ କେବଳ ସାଇଡ୍‌-ଅନ୍ କ୍ୟାମେରା ସହାୟତାରେ ରିପ୍ଲେ ଦେଖିବେ, ଯାହାଦ୍ୱାରା ବ୍ୟାଟ୍ ଓ ବଲ୍‌ର ସମ୍ପର୍କ ଜଣାପଡ଼ିବ ନାହିଁ ।

ଅସଲରେ ଗତ କିଛିବର୍ଷ ଧରି ଷ୍ଟମ୍ପିଙ୍ଗ୍ ନିୟମର ଦୁରୁପଯୋଗ କରାଯାଉଥିଲା । ବୋଲିଂ ଟିମ୍ ରିଭ୍ୟୁ ବଞ୍ଚାଇବା ପାଇଁ ବ୍ୟାଟର୍ କ୍ରିଜ୍‌ରେ ଥିଲେ ମଧ୍ୟ ଷ୍ଟମ୍ପିଙ୍ଗ୍ କରିଦେଉଥିଲେ । ଏହାପରେ ତୃତୀୟ ଅମ୍ପାୟାରଙ୍କ ବାଧ୍ୟତାମୂଳକ ଭାବେ ଷ୍ଟମ୍ପିଙ୍ଗ୍ ସହିତ ବ୍ୟାଟ୍‌ରେ ବଲ୍ ଲାଗିବା ରିପ୍ଲେକୁ ମଧ୍ୟ ଦେଖିବାକୁ ପଡ଼ୁଥିଲା । ଯଦି କେବେ ବି ବ୍ୟାଟ୍ କୋଣରେ ବଲ୍ ଲାଗିଥାଏ ତେବେ ଅମ୍ପାୟାର୍‌ଙ୍କୁ ଆଉଟ୍ ଦେବାକୁ ପଡ଼ୁଥିଲା । ଏହି ରିପ୍ଲେ ଯୋଗୁଁ ବୋଲିଂ ଟିମ୍‌ର ରିଭ୍ୟୁ ବଞ୍ଚୁଥିଲା ଏବଂ ତାଙ୍କୁ ଲାଭ ମଧ୍ୟ ମିଳୁଥିଲା । ଏହି କାରଣରୁ ଆଇସିସି ଷ୍ଟମ୍ପିଙ୍ଗ୍ ରିପ୍ଲେ ନିୟମ ପରିବର୍ତ୍ତନ କରିଛି ।

ସେହିପରି ଆଇସିସି ବୋଲର୍ କନ୍‌କସନ୍ ରିପ୍ଲେସ୍‌ମେଣ୍ଟ୍ ନିୟମରେ ମଧ୍ୟ ପରିବର୍ତ୍ତନ କରିଛି । ନୂଆ ନିୟମ ଅନୁସାରେ ଯଦି ବୋଲର୍ କନ୍‌କସନ୍ ଶିକାର ହୁଅନ୍ତି, ତାଙ୍କ ବଦଳ ଖେଳାଳି ମଧ୍ୟ ବୋଲିଂ କରିପାରିବ ନାହିଁ । ଏହା ବ୍ୟତୀତ ଖେଳାଳିଙ୍କୁ ଆଘାତ ଲାଗିଲେ ସପୋର୍ଟ ଷ୍ଟାଫ୍‌ଙ୍କୁ ଅନ୍ ଫିଲ୍ଡ ଟ୍ରିଟ୍‌ମେଣ୍ଟ୍ ପାଇଁ ୪ ମିନିଟ୍ ସମୟ ଦିଆଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button