ରାଜ୍ୟ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ; ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ଆଜି – Ibnodisha

[ad_1]

ଭୁବନେଶ୍ୱର: ନିର୍ବାଚନ-୨୦୨୪ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇବ । ହେଲେ ଚିଠା ଭୋଟର୍ ତାଲିକାରେ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଜଣ ଭୋଟର ଥିବାବେଳେ ସେଥିରେ ପୁରୁଷଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ଓ ମହିଳାଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ । ରାଜ୍ୟରେ ତୃତୀୟ ଲିଙ୍ଗ ଭୋଟର୍‌ଙ୍କ ସଂଖ୍ୟା ୩୩୮୦ ରହିଛି । ନୂତନ ଭୋଟର ୍‌ତାଲିକା-୨୦୨୪ରେ ମୋଟ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ଭୋଟର୍ ଯୋଡ଼ି ହୋଇଛନ୍ତି ଓ ସେଥିମଧ୍ୟରୁ ୧୮-୧୯ ବର୍ଷର ୪ ଲକ୍ଷ ୭୬ ହଜାର ୯୬୯ ଜଣ ଯୁବ ଭୋଟର୍ ନୂତନ ଭୋଟର୍ ତାଲିକାରେ ଯୋଡ଼ି ହୋଇଛନ୍ତି । ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ନିର୍ବାଚନ ଇସ୍ତାହାର ପାଇଁ ଇସିଆଇ ନିୟମ ପ୍ରଣୟନ କରିଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି ।

ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଆଗାମୀ ସାଧାରଣ ନିର୍ବାଚନ-୨୪ ନିମନ୍ତେ ସମସ୍ତ ଜାତୀୟ, ରାଜ୍ୟସ୍ତରୀୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ଏକ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଉକ୍ତ ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ବାଚନ ସଂପର୍କିତ ଅତି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ସଂପର୍କରେ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଅବଗତ କରାଇଛନ୍ତି । ସେ କହିଛନ୍ତି ଯେ, ସାଧାରଣ ନିର୍ବାଚନ-୨୦୨୪କୁ ଆଖି ଆଗରେ ରଖି ଆମ ରାଜ୍ୟରେ ଭୋଟର୍ ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସରି ଗତ ୨୭ ଅକ୍ଟୋବର ୨୦୨୩ରେ ଚିଠା ଭୋଟର୍ ତାଲିକା ପ୍ରକାଶ ପାଇଛି । ଆସନ୍ତାକାଲି ଅର୍ଥାତ ୫ ଜାନୁଆରୀ ୨୦୨୪ରେ ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇବ । ପ୍ରକାଶିତ ହେବାକୁ ଥିବା ଚୂଡ଼ାନ୍ତ ଭୋଟର୍ ତାଲିକା ୨୦୨୪ ଅନୁସାରେ ରାଜ୍ୟରେ ମୋଟ ଭୋଟର୍‌ଙ୍କ ସଂଖ୍ୟା ହେଲା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଜଣ । ସେଥିମଧ୍ୟରୁ ପୁରୁଷ ଭୋଟର୍‌ଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ଜଣ ଓ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ ଜଣ ।

ରାଜ୍ୟରେ ତୃତୀୟ ଲିଙ୍ଗ ଭୋଟର୍‌ଙ୍କ ସଂଖ୍ୟା ହେଲା ୩୩୮୦ । ରାଜ୍ୟରେ ଯୁବ ଭୋଟର୍ (୧୮-୧୯ ବର୍ଷ)ଙ୍କ ସଂଖ୍ୟା ହେଲା ୭ ଲକ୍ଷ ୫୪ ହଜାର ୯୪୬, ଯାହାକି ବିଗତ ୫ ବର୍ଷରେ ସର୍ବାଧିକ (୨.୨୭%) । ମୋଟ୍ ଦିବ୍ୟାଙ୍ଗ ଭୋଟର୍‌ଙ୍କ ସଂଖ୍ୟା ହେଲା ୪ ଲକ୍ଷ ୫୭ ହଜାର ୮୨୧ ଜଣ, ଅର୍ଥାତ୍ (୧.୩୮%) । ସେହିପରି ରାଜ୍ୟରେ ବରିଷ୍ଠ ଭୋଟର୍‌ଙ୍କ (୮୦ ବର୍ଷରୁ ଅଧିକ) ସଂଖ୍ୟା ହେଲା ୬ ଲକ୍ଷ ୮୫ ହଜାର ୪୮ ଜଣ ଅର୍ଥାତ (୨.୦୬%) ।

ସିଇଓ ଶ୍ରୀ ଧଳ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଆଦର୍ଶ ଆଚରଣବିଧି ନିୟମ ନିର୍ବାଚନ ଇସ୍ତାହାର ପୁସ୍ତିକାରେ ସ୍ଥାନିତ ହେବ । ଏଥିଯୋଗୁଁ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ମାର୍ଗଦର୍ଶନ ପାଇପାରିବେ । ମୁଖ୍ୟନିର୍ବାଚନ ଅଧିକାରୀ ରାଜନୈତିକ ଦଳଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ନିର୍ବାଚନ ଇସ୍ତାହାରର ଓଡ଼ିଆ,ହିନ୍ଦୀ,ଇଂରାଜୀ ଭାଷାର ତିନି କପି ଆଣିବେ । ପ୍ରାର୍ଥୀ କିମ୍ବା ରାଜନୈତିକ ଦଳମାନେ ଯେତେବେଳେ ନିର୍ବାଚନ ଇସ୍ତାହାର ଘୋଷଣା କରୁଛନ୍ତି ସେତେବେଳେ ଆଦର୍ଶ ଆଚାରଣବିଧି ସଂହିତାର ଅଧିନିୟମ୍ ୮(୩)କୁ କଡ଼ାକଡ଼ି ଭାବେ ପାଳନ କରିବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button