ଦେଶ

ରାଏବରେଲୀ ଆସନ ଛାଡି ମେଡକରୁ ଲଢ଼ିବେ ସୋନିଆ ! – Ibnodisha

[ad_1]

ନୂଆଦିଲ୍ଲୀ: ଏସବୁ ମଧ୍ୟରେ କଂଗ୍ରେସ ପକ୍ଷରୁ ଆଉ ଏକ ବଡ଼ ସୂଚନା ହସ୍ତଗତ ହୋଇଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜ ରାଏବରେଲୀ ଆସନ ଛାଡିପାରନ୍ତି ବୋଲି କୁହାଯାଉଛି । ତେଲେଙ୍ଗାନା ରାଜ୍ୟ କଂଗ୍ରେସ ପକ୍ଷରୁ ତେଲେଙ୍ଗାନାର କୌଣସି ଏକ ଆସନରୁ ସୋନିଆଙ୍କୁ ପ୍ରାର୍ଥୀ କରିିବା ନେଇ ପ୍ରସ୍ତାବ ଦିଆଯାଇଛି । ସମ୍ପ୍ରତି ୱାଇଏସ୍‌ଆର ତେଲେଙ୍ଗାନା ପାର୍ଟି ମୁଖ୍ୟ ୱାଇଏସ୍ ଶର୍ମିଲା କଂଗ୍ରେସରେ ଯୋଗଦେବା ପରେ ପ୍ରଦେଶ କଂଗ୍ରେସ ୟୁନିଟ୍ ଆହୁରି ଶକ୍ତିଶାଳୀ ହୋଇଉଠିଛି । ଏତଦ୍‌ବ୍ୟତୀତ ତେଲେଙ୍ଗାନାରେ କଂଗ୍ରେସ ଏବେ ନୂଆ କରି ସରକାର ମଧ୍ୟ ଗଠନ କରିଛି । ସ୍ଥିତିକୁ ଦୃଷ୍ଟିରେ ରଖି ତେଲେଙ୍ଗାନାରେ ଯେକୌଣସି ଆସନରୁ ନିର୍ବାଚନ ଲଢ଼ିବାକୁ ପ୍ରଦେଶ କଂଗ୍ରେସ ୟୁନିଟ୍ ଦାବି କରିଛି ।

ତେବେ ସୋନିଆ କିମ୍ବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଏସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେଇନଥିବାରୁ ସୋନିଆ ଆଗାମୀ ଲୋକସଭା ନିର୍ବାଚନ କେଉଁ ଆସନରୁ ଲଢ଼ିବେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ତଥାପି ଯଦି ତେଲେଙ୍ଗାନାରୁ ସୋନିଆ ପ୍ରାର୍ଥୀପତ୍ର ଦାଖଲ କରନ୍ତି ତେବେ ସେ ମେଡକ ଲୋକସଭା ଆସନରୁ ହିଁ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି ବୋଲି ଅନୁମାନ କରାଯାଉଛି । କାରଣ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ଏହି ଆସନରୁ ନିର୍ବାଚନ ଲଢ଼ିସାରିଛନ୍ତି ।

ଏତଦ୍‌ବ୍ୟତୀତ ସୋନିଆ ଯଦି ଦକ୍ଷିଣରୁ ପ୍ରାର୍ଥୀପତ୍ର ଦାଖଲ କରନ୍ତି ତେବେ ସମଗ୍ର ଦକ୍ଷିଣ ଭାରତରେ ଦଳ ପାଇଁ ଲାଭଦାୟକ ହେବ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ବେଶ୍ କିଛି ବର୍ଷ ଧରି କଂଗ୍ରେସ ପାଇଁ ରାଏବରେଲୀ ଏକ ଗଡ଼ ପାଲଟିଆସିଛି । ସୋନିଆ ଏଠାରେ ୪ଟି ଲୋକସଭା ନିର୍ବାଚନ ଜିତିଆସୁଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button