ଦେଶ

ଜନସାଧାରଣ ମତେ ଜାଣନ୍ତି କହି ରାଷ୍ଟ୍ରପତି ନିର୍ବାଚନ ବିତର୍କରେ ଭାଗ ନେବାକୁ ମନାକଲେ ଟ୍ରମ୍ପ୍‌ – Ibnodisha

[ad_1]

ୱାସିଂଟନ୍‌: ଆମେରିକୀୟମାନେ ତାଙ୍କୁ ଭଲ ରୂପେ ଚିହ୍ନନ୍ତି, ତେଣୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରତିଦ୍ବନ୍ଦ୍ବୀମାନଙ୍କ ସହିତ ସର୍ବସାଧାରଣରେ ଯୋଗ ଦେବା ଅନାବଶ୍ୟ କହି ରବିବାର ଦିନ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଚଳିତ ସପ୍ତାହର ପ୍ରଥମ ‘ରିପବ୍ଲିକାନ୍‌ ପ୍ରେସିଡେନ୍‌ସିଆଲ୍‌ ଡିବେଟ୍‌’ରେ ଯୋଗ ଦେବାକୁ ମନା କରିଦେଇଛନ୍ତି।

ନିଜସ୍ବ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ‘ଟ୍ରୁଥ୍‌ ସୋସିଆଲ୍‌’ରେ ପୋଷ୍ଟ୍‌ କରିଥିବା ବାର୍ତ୍ତାରେ ଟ୍ରମ୍ପ୍‌ ପରୋକ୍ଷଭାବେ ସୂଚନା ଦେଇ କହିଛନ୍ତି ଯେ ଜଣେ ରାଷ୍ଟ୍ରପତି ଭାବେ ସେ ସଫଳ ରେକର୍ଡ ହାସଲ କରିଛନ୍ତି। ତାହାହିଁ ଆମେରିକୀୟମାନଙ୍କ ମଧ୍ୟରେ ତାଙ୍କ ଲୋକପ୍ରିୟତାର ନିଦର୍ଶନ।

ତେଣୁ, ମୁଁ ବିତର୍କରେ ଅଂଶ ଗ୍ରହଣ କରିବି ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ‘୨୦୨୪ ରିପବ୍ଲିକାନ୍‌ ପ୍ରେସିଡେନ୍‌ସିଆଲ୍‌ ନୋମିନେସନ୍‌’ ପ୍ରତିଦ୍ବନ୍ଦ୍ବିତା ନିମନ୍ତେ ପ୍ରଥମ ବିତର୍କ ପ୍ରଥମ ବିତର୍କ ବୁଧବାର ଦିନ ୱିସ୍‌କନ୍‌ସନ୍‌ର ମିଲ୍‌ୱାକିରେ ହେବ ବୋଲି ସ୍ଥିର କରାଯାଇଛି।

Image Courtesy of Times Now

କରିଥିବା ପୋଷ୍ଟ୍‌ରେ ଟ୍ରମ୍ପ୍‌ ଗୁରୁତ୍ବାରୋପ କରିଛନ୍ତି ଯେ, ମତଦାନ ଧାରା ଅନ୍ୟ ରିପବ୍ଲିକାନ୍‌ ପ୍ରାର୍ଥୀମାନଙ୍କଠାରୁ ତାଙ୍କ ସପକ୍ଷରେ ଯଥେଷ୍ଟ ଅଧିକ ଅଛି ବୋଲି ବିଭିନ୍ନ ସର୍ବେକ୍ଷଣରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଚଳିତ ବର୍ଷ ଅଦାଲତରେ ୪ ଥର ଅଭିଯୁକ୍ତ ହୋଇଥିଲେ ବି ୬୨% ଜନତା ଟ୍ରମ୍ପ୍‌ଙ୍କୁ ସମର୍ଥନ କରୁଛନ୍ତି। ସେହିପରି ଟ୍ରମ୍ପ୍‌ଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ଫ୍ଲୋରିଡାର ପୂର୍ବତନ ଗଭର୍ଣ୍ଣର୍‌ ରନ୍‌ ଡିସାଣ୍ଟିସ୍‌ଙ୍କ ସପକ୍ଷରେ ୧୬% ସମର୍ଥନ ହାର ରହିଛି। ଏହାଛଡ଼ା ବାକି ପ୍ରତିଦ୍ବନ୍ଦ୍ବୀମାନଙ୍କ ସପକ୍ଷରେ ସମର୍ଥନ ହାର ଏକଅଙ୍କ ଭିତରେ ରହିଛି।

ତେଣୁ, ଟ୍ରମ୍ପ୍‌ କହିଛନ୍ତି ଡିସାଣ୍ଟିସ୍‌ ଗୋଟାଏ ଅସୁସ୍ଥ ପକ୍ଷୀ ପରି ଧରାଶାୟୀ ହେବେ। ମୁଁ କିଏ ଓ ମୋର ରାଷ୍ଟ୍ରପତିତ୍ବ କେତେ ସଫଳ ଥିଲା  ଜନସାଧାରଣ ଜାଣନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button