ଦେଶ
ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ୩ ମାଓବାଦୀ – Ibnodisha

[ad_1]
ରାୟପୁର : ଛତିଶଗଡ଼ରେ ଜାରିରହିଛି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ। ଆଜି ପୁଣି ଏନକାଉଣ୍ଟରରେ ୩ ଜଣ ମାଓବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ। ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି।
ଏନେଇ ବିଜାପୁର ଜିଲ୍ଲା ଏସ୍ପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି। ଏସପି ଯାଦବଙ୍କ ସୂଚନା ଅନୁସାରେ, ଆଜି ବିଜାପୁର କରିଗୁଟା ଜଙ୍ଗଲରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରୁଥିରେ। ଏହି ସମୟରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୩ ମାଓବାଦୀ ନିପାତ ହୋଇଛନ୍ତି।
[ad_2]




