ରାଜ୍ୟ

ରାଜଧାନୀ ଭୁବନେଶ୍ୱରରେ ଅଗ୍ନିବର୍ଷା – Ibnodisha

[ad_1]

ଭୁବନେଶ୍ବର: ଭୁବନେଶ୍ୱର ପାଲଟିଲା ସବଠୁ ଉତ୍ତପ୍ତ ସହର । ରାଜଧାନୀରେ ୪୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏହିପରି ସ୍ଥିତି ଆହୁରି ୨ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବର୍ତ୍ତମାନସୁଦ୍ଧା ଏହା ଚଳିତ ସିଜିନର ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ଅସହ୍ୟ ଖରା ହେବାର ପୂର୍ବାନୁମାନ କରିଛି ବିଭାଗ ।ଶୁଷ୍କ ଓ ଗରମ ବାୟୁ ରାଜ୍ୟରେ ପ୍ରବାହିତ ହେଉଥିବାରୁ ରାଜ୍ୟରେ ପ୍ରବଳ ଖରା ଓ ଗରମ ହେଉଥିବା ନେଇ ବିଭାଗ ପକ୍ଷରୁ କୁହାଯାଉଛି । ଉପକୂଳ ଓ ତତସଂଲଗ୍ନ ଜିଲ୍ଲାଗୁଡିକରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ।

ଗ୍ରୀଷ୍ମ ପ୍ରବାହକୁ ନେଇ ଖୋର୍ଦ୍ଧା, କଟକ, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ଼, ଅନୁଗୋଳ, ବଲାଙ୍ଗୀର, କନ୍ଧମାଳ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, ଝାରସୁଗୁଡାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ୧୦ ଉତ୍ତପ୍ତ ସହର ତାଲିକାରେ ଷଷ୍ଠ ସ୍ଥାନରେ ରହିଛି ଭୁବନେଶ୍ୱର। ୪୩.୫ ଡିଗ୍ରୀ ସହ ଷଷ୍ଠ ସ୍ଥାନରେ ଭୁବନେଶ୍ୱର ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା।ଏହାସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ଏବଂ ଦେଶର ଦ୍ୱିତୀୟ ଉତ୍ତପ୍ତ ସହର । ସେହିପରି ୨୫ ସହରରେ ୪୦ଡିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି । ୧୦ସହର ରେ ୪୨ଡିଗ୍ରୀ କିମ୍ଵା ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button