ଦେଶ

ତ୍ୱଚା ସହିତ କେଶର ସୁନ୍ଦରତା ବଢାଇଥାଏ ଗୋଲାପ ଜଳ, ଜାଣନ୍ତୁ କେମିତି କରିବେ ବ୍ୟବହାର

ଗୋଲାପ ଜଳ ତ୍ୱଚାର ସୁନ୍ଦରତା ବଢାଇଥାଏ ବୋଲି ଆମେ ସମସ୍ତେ ଜାଣିଛନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଗୋଲାପ ଜଳ ଚେହେରା ସହିତ କେଶର ଚମକ ବଢାଇଥାଏ ଏବଂ କେଶର ଦେଖାଶୁଣା ମଧ୍ୟ କରିଥାଏ। ଏହା ସାହାଯ୍ୟରେ ତେଲିଆ କେଶ, ଡ୍ରାଇନେସ ଏବଂ ରୂପି ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା କିପରି ଗୋଲାପ ଜଳକୁ କେଶ ପାଇଁ ବ୍ୟବହାର କରିବେ।

– କେଶ ସମସ୍ୟା ଦୂର କରିବା ପାଇଁ ପ୍ରଥମେ କେଶକୁ ସାମ୍ପୁ କରି ଧୋଇଦିଅନ୍ତୁ, ତା’ ପରେ କେଶ ମୂଳରେ ଗୋଲାପ ଜଳକୁ ମାଲିସ କରି କିଛି ଘଣ୍ଟା ପାଇଁ ସେମିତି ଛାଡି ଦିଅନ୍ତୁ। ତା’ରେ ପାଣିରେ ଧୋଇଦିଅନ୍ତୁ।

– ରାତିରେ ଶୋଇବା ପୂର୍ବରୁ କେଶକୁ ଧୋଇଦିଅନ୍ତୁ। ତା’ପରେ କେଶ ମୂଳରେ ଗୋଲାପ ଜଳ ମାଲିସ କରି ରାତିସାରା ଏପରି ରହିବାକୁ ଦିଅନ୍ତୁ। ସକାଳୁ ଉଠି କେଶ ଧୋଇଦିଅନ୍ତୁ। ଗୋଲାପ ଜଳ ମାଲିସ କରିବା ଦ୍ୱାରା କେଶଜନିତ ସମସ୍ୟା ଦୂର ହୋଇଥାଏ।

hair 1

– ଗୋଲାପ ଜଳକୁ ସାମ୍ପୁ କିମ୍ବା କଣ୍ଡିସନର ସହିତ ମିଶାଇ କେଶରେ ଲଗାଇପାରିବେ।

– ଅଝଟ କେଶକୁ କୋମଳ କରିବା ପାଇଁ ସ୍ପ୍ରେ ବୋଲରେ ଗୋଲାପ ଜଳ ରଖି କେଶରେ ସ୍ପ୍ରେ କରନ୍ତୁ। ଦରକାର ପଡିବା ସମୟରେ ଏହାକୁ କେଶରେ ବ୍ୟବହାର କରନ୍ତୁ।

– କେଶର ସମସ୍ତ ସମସ୍ୟା ଦୂର କରିବା ପାଇଁ ତୁଳା ସାହାଯ୍ୟରେ ଗୋଲାପ ଜଳକୁ ନେଇ କେଶ ମୂଳରେ ଲଗାନ୍ତୁ। ଏମିତି କରିବା ଦ୍ୱାରା କେଶ ମଜବୁତ ହେବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button