ଦେଶ

ବିବାହ ପାଇଁ ଅରାଜି ହେଲା ପ୍ରେମିକା; ଛୁରି ଭୁସି ଜୀବନ ନେଇଗଲା ପ୍ରେମିକ – Ibnodisha

[ad_1]

ବେଙ୍ଗାଲୁରୁ : ବାହା ହେବାକୁ ମନାକଲା ପ୍ରେମିକା । ରାଗରେ ଛୁରି ଭୁସି ହତ୍ୟାକଲା ପ୍ରେମିକ । ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ଜଣେ ୩୨ବର୍ଷୀୟ ବ୍ୟକ୍ତି ତାଙ୍କ ପ୍ରେମିକାକୁ ୧୫ଥର ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ସେ ପୋଲିସ ଷ୍ଟେସନକୁ ଯାଇ ଅପରାଧ ସ୍ୱୀକାର କରିଥିବା ଜଣାପଡିଛି । ବେଙ୍ଗାଲୁରୁର ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ, ଅଭିଯୁକ୍ତ ଗିରିଶ ଏନଏଲ ଓରଫ ରେହାନ ଅହମ୍ମଦକୁ ଗିରଫ କରାଯାଇଛି । ମୃତ ମହିଳା ହେଲେ ଜୟନଗର ଭି ବ୍ଲକର ୪୨ବର୍ଷୀୟ ଫରିହା ଖାତୁନ । ଫରିହା ବିବାହିତା ଓ ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । ଉଭୟ ଝିଅଙ୍କର ବୟସ ୨୧ ଓ ୧୬ବର୍ଷ ।

ଏନେଇ ଡିସିପି ଶିବପ୍ରକାଶ ଦେବରାଜୁ ସୂଚନା ଦେଇଛନ୍ତି । ପୋଲିସର ସୂଚନାନୁସାରେ, ଫରିହା ଖାତୁନଙ୍କ ପ୍ରକୃତ ଘର କୋଲକାତାରେ । ଗତ ୪ବର୍ଷ ଧରି ସେ ଦକ୍ଷିଣ ବେଙ୍ଗାଲୁରୁର ଏକ ୟୁନିସେକ୍ସ ସ୍ପାରେ କାମ କରୁଥିଲେ । ୨୦୨୨ ମସିହାରେ କାର୍ ଡ୍ରାଇଭର ଗିରିଶଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଗତ ମାର୍ଚ୍ଚ ୬ତାରିଖରେ ଫରିହା କୋଲକାତା ଯାଇ ମାର୍ଚ୍ଚ ୨୮ରେ ଝିଅଙ୍କ ସହିତ ଫେରି ଆସିଥିଲେ । ସେହି ଦିନ ଗିରିଶଙ୍କ ଜନ୍ମଦିନ ଥିଲା । ସେହିଦିନ ସେ ଜୟନଗରର ଏକ ଓୟୋ ହୋଟେଲ ରୁମ ବୁକ୍ କରି ଝିଅ ସହ ରହିଥିଲେ ।

ସେମାନେ ଗିରିଶଙ୍କ ସହ ଏକ ପାର୍ଟିରେ ଯୋଗ ଦେଇଥିଲେ । ଉଭୟ ଏକାଠି ଖାଇଥିଲେ ଓ ସପିଂ ମଧ୍ୟ କରିଥିଲେ । ଏହାପରେ ଫରିହା ଏବଂ ଗିରିଶ ବାହାରକୁ ଯାଇଥିଲେ । ସେମାନେ ଦୁଇଟି ପାର୍କ ମଧ୍ୟ ଯାଇଥିଲା । ଗିରିଶ ଏକ ଦୋକାନକୁ ଯାଇ ଛୁରି କିଣିଥିଲା । ପରେ ସେ ଶାଲିନି ଗ୍ରାଉଣ୍ଡକୁ ଯାଇ ସେଠାରେ ଫରିହାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା । ସେ ମନା କରିବାରୁ ତାଙ୍କୁ ବାରମ୍ୱାର ଛୁରିରେ ଆକ୍ରମଣ କରିଥିଲା । ସନ୍ଧ୍ୟା ୭ଟାରୁ ୭ଟା ୩୦ମଧ୍ୟରେ ଏହି ଘଟଣା ଘଟିଥିଲା ।ଏହି ସମୟରେ ଜଣେ ନଡିଆ ବିକ୍ରି କରୁଥିବା ବ୍ୟକ୍ତି ଏସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସେଠାରେ ପହଞ୍ଚିବା ବେଳକୁ ଫରିହାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଘଟଣାସ୍ଥଳରୁ ଗିରିଶ ଫେରାର ହୋଇଯାଇଥିଲେ । ରାତି ପ୍ରାୟ ୮ଟା ୩୦ରେ ଗିରିଶ ଜୟନଗର ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲେ । ପରେ ପୋଲିସ ଆଗରେ ସବୁ କଥା କହିଥିଲେ ।

ତାଙ୍କ କହିବା ଅନୁସାରେ, ସେ ଫରିହାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ସେ କାମ ଛାଡିବାକୁ କହିବା ସହ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଏଥିସହ କୋଲକାତା ଯିବା କଥା ବି ସେ ଗିରିଶଙ୍କୁ ମିଛ କହିଥିଲେ । ଜଣେ ସାଙ୍ଗଙ୍କ ସହ କୋଲକାତା ଯାଇଥିବା ଫରିହା କହିଥିଲେ । ଯାହାକୁ ନେଇ ତାଙ୍କ ମନରେ ସନ୍ଦେହ ଉପୁଜିଥିଲା । ପୋଲିସ କହିଛି, ହିନ୍ଦୁ ପରିବାରରେ ଜନ୍ମ ହୋଇଥିବା ଗିରିଶ ଏକ ମୁସଲମାନ ସଂଗଠନ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ସେ ୨୦୧୧ରେ ଇସଲାମ ଧର୍ମ ଗ୍ରହଣ କରିବା ସହ ନାମ ପରିବର୍ତ୍ତନ କରି ରେହାନ ଅହମ୍ମଦ ରଖିଥଲେ । ୨୦୧୬ରେ ତାଙ୍କ ଭଉଣୀଙ୍କର ବିବାହରେ ସମସ୍ୟା ଦେଖାଦେବାରୁ ସେ ପୁଣି ନାଁ ପରିବର୍ତ୍ତନ କରି ଗିରିଶ ରଖିଥିଲେ ।କିନ୍ତୁ ସେ ପୁନର୍ବାର ଧର୍ମ ପରିବର୍ତ୍ତନ କରିନାହାଁନ୍ତି ବୋଲି ଜଣାପଡିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button