ଦେଶ

ପ୍ରେମିକା ଓ ପ୍ରେମିକ ମଧ୍ୟରେ ବ୍ରେକଅପ୍ କଲା ବିଶ୍ୱକପ – Ibnodisha

[ad_1]

ନୂଆଦିଲ୍ଲୀ: ଏବେ ସୋସିଆଲ ମେଡ଼ିଆରେ ଏକ  ଅଡିଓ ମେସେଜ୍ ବହୁତ ଭାଇରାଲ୍ ହେବାରେ ଲାଗିଛି । ଲୋକମାନେ ଏହା ଉପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।  କିଛି ଲୋକ ପୁଅ ପକ୍ଷ ନେଉଛନ୍ତି ତ କିଛି ଲୋକ ଝିଅ ପକ୍ଷ ନେଉଛନ୍ତି ।

ସୋସିଆଲ ମିଡିଆ ଯୁଗରେ ବ୍ୟକ୍ତିଗତ ଜୀବନର ଅନେକ ବିଷୟରେ  ସାମ୍ନାକୁ ଆସିଯାଉଛି କିମ୍ବା ଜାଣିଶୁଣି ଅଣାଯାଉଛି ।  ପ୍ରାୟତ ପ୍ରେମିକ-ପ୍ରେମିକାଙ୍କ ଚାଟ୍ ଭାଇରାଲ୍ ହୁଏ । ଏମାନଙ୍କ ମଧ୍ୟରୁ ଅନେକ ସେମାନଙ୍କ ଝଗଡାର ବିଷୟ ହୋଇଥାଏ । ଏବେ ଏକ ପୁଅର ଅଡ଼ିଓ ଭାଇରାଲ ହେବାରେ ଲାଗିଛି ।

ଏହି ଭଏସ୍ ମେସେଜରେ ପୁଅ ଝିଅକୁ କହୁଛି – “ଶୁଣ ତମେ ଗୋଟେ ତୁମେ ପକ୍କା ଜିଦଖୋର ଝିଅ , ପୁଣି ଏବେ ଚୁଟିକୁ ନାଲି କରିଛ ଆହୁରି ଭୂତୁଣୀ ପରି ଦେଖାଯାଉଛ । ତୁମର HNM(ସୋସିଆଲ ମେଡ଼ିଆ ଭାଷାରେ ଏକ ଗାଳି) ହେତୁ ମୁଁ ଭାରତ-ପାକିସ୍ତାନ ମ୍ୟାଚ୍ ମିସ୍ କଲି ।“

ବୟଫ୍ରେଣ୍ଡ ପୁଣି କହୁଛି ‘ସବୁଠାରୁ ବଡ କଥା ହେଉଛି ତୋର ସବୁଦିନେ ମୋମୋ ଖାଇବା ଦରକାର । ଗୋଟେ ପ୍ଳେଟ ମୋମୋରେ ୬୩୩ କ୍ୟାଲୋରୀ ଅଛି ବୋଲି ଜାଣିଛ ନା ନାହିଁ ? ତାକୁ ହଜମ କରିବା ପାଇଁ କେତେ ଏନର୍ଜି ଦରକାର ତମେ ଜାଣିନ । ସେଗୁଡାକ ହଜମ କରି କରି ଏନର୍ଜିର ବି ଆଉ ଏନର୍ଜି ନଥିବ । ଦେଖ ଖରାପ ଭାବ ନାହିଁ କିନ୍ତୁ ତୁମର ବୟଫ୍ରେଣ୍ଡ ନୁହେଁ ଗୋଟେ ଚାକର ଦରକାର ଅଛି । କ୍ଷମା କରିବ ମୁଁ ତୁମ ଚାକର ହେଇପାରିବି ନାହିଁ । ଗୁଡ ବାୟ ‘ ।

ଯଦିଓ ଏ ସବୁ ଡାଇଲଗ ପୁଅଟିର ନିଜସ୍ବ ନୁହେଁ । ସେ ଏସବୁ ଡାଇଲଗ ଗୋଟେ ଟିଭି ସୋ ‘Half Love Half Arranged’ ରୁ କପି କରିଛି ବୋଲି ଏହାକୁ ସେୟାର କରିଥିବା ଝିଅ ଟ୍ଵିଟରରେ କହିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button