ଅପରାଧ

ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ: ପାପୀ ପାଲଟିଲା ପିତା – Ibnodisha

[ad_1]

ନୂଆଦିଲ୍ଲୀ: ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ । ପାପୀ ପାଲଟିଲା ପିତା । ନିଜ ୧୩ ବର୍ଷୀୟ ନାବାଳିକା ଝିଅକୁ ଦୁଷ୍କର୍ମ କଲା ବାପା । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ । ମିଳିଥିବା ସୂଚନାନୁଯାୟୀ ବାଲିମେଳା ସହରର ଡ୍ରଗଲାଇନ ଅଞ୍ଚଳରେ ରହୁଥିବା ନିତାଇ ସରକାର ନାମକ ବ୍ୟକ୍ତି ଗତ ୫ ତାରିଖ ମଧ୍ୟରାତ୍ରରେ ବାପ-ଝିଅର ପବିତ୍ର ସମ୍ପର୍କକୁ ଭୁଲି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା।

ନିତାଇ ଆଜିକୁ ୨ ବର୍ଷ ହେବ ବାଲିମେଳା ସହରରେ ବସବାସ କରିବା ସହ ଜଳ ବିଦ୍ୟୁତ କେନ୍ଦ୍ରରେ ସିକ୍ୟୁରୀଟି ଗାର୍ଡ ଭାବେ କାର୍ଯ୍ୟ କରି ଆସୁଥିଲେ। ତେବେ ଗତ ୮ ମାସ ତଳେ ନିଜ ସ୍ତ୍ରୀ ସହ ପାଟିତୁଣ୍ଡ ହେବାରୁ ସାନ ପୁଅକୁ ନେଇ ସେ ବାପ ଘରକୁ ଚାଲି ଯାଇଥିଲା। ଘରେ ବାପା ଓ ୧୩ ବର୍ଷୀୟ ନାବାଳିକା ଝିଅ ରହୁଥିଲେ।

୫ ତାରିଖରେ ଏଭଳି ଅମାନୁଷିକ ଘଟଣା ପରେ ନାବାଳିକା ଝିଅ ତା ପରଦିନ ସେହି ଅଞ୍ଚଳର ଦୁର୍ଗା ବେହେରା ନାମକ ଜଣେ ମହିଳାଙ୍କୁ ନିଜ ବାପା ଏପରି କାଣ୍ଡ ଘଟାଇଥିବା କଥା କହିଥିଲା । ଏଥିସହିତ ନାବାଳିକା ଝିଅ ଜଣକ ଏ ସମ୍ପର୍କରେ କାହାକୁ ନ କହିବାକୁ ଦୁର୍ଗାଙ୍କୁ ଅନୁରୋଧ କରିଥିଲା। ଗତ ୮ ତାରିଖରେ ବାପା ନିତାଇ ପୁଣି ଏ ଘଟଣା ସମ୍ପର୍କରେ କାହାକୁ ନ ଜଣାଇବାକୁ ନିଜ ଝିଅକୁ ଧମକ ଦେଇଥିଲେ। ଶେଷରେ ନାବାଳିକା ଝିଅଟି ବାଧ୍ୟହୋଇ ପଡ଼ୋଶୀ ମାନଙ୍କ ସହାୟତା କ୍ରମେ ୯ ତାରିଖ ସନ୍ଧ୍ୟା ସମୟରେ ଓରକେଲ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ।

ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ତୁରନ୍ତ ଆକ୍ସନ ମୋଡ଼ରେ ଆସି ଘଟଣାକୁ ଗୁରୁତ୍ୱ ସହ ନେଇ ଓରକେଲ ଥାନାରେ କେସ ନଂ ୩୯୫/୨୩ ମାମଲା ରୁଜୁ କରି ସଙ୍ଗେ ସଙ୍ଗେ ପିତା ନିତାଇକୁ ଥାନାରେ ଅଟକ ରଖିଥିଲେ। ତେବେ ଆଜି ଡାକ୍ତରୀ ମାଇନା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନାବାଳିକାଙ୍କ ବୟାନ ପରେ ପିଶାଚ ପିତା ନିତାଇଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button