ଅପରାଧ

ଟ୍ରକ ଦେବେ କହି ୫୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୨ ଗିରଫ – Ibnodisha

[ad_1]

ଭୁବନେଶ୍ୱର: ନିଜକୁ କୋଲାମଣ୍ଡଲମ ଫାଇନାନ୍ସ କମ୍ପାନୀର ମ୍ୟାନଜେର କହି ଅଫିସ ଅସିଲେ ଏବଂ ମିଠା ମିଠା କଥା କହି ୫୦ ଲକ୍ଷ ଟଙ୍କା ଠକି ନେଇଯିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ । ଗିରଫ ଜଣେ ହେଲେ କଟକ ଚାଉଳିଆଗଞ୍ଜ ଥାନା ଅଞ୍ଚଳର ଶଙ୍କର ସାହୁ(୪୦) ଏବଂ ଅନ୍ୟ ଜଣଙ୍କ ହେଲେ କେନ୍ଦ୍ରପଡ଼ା ଜିଲ୍ଲା ନିକିରାଇ ଥାନା ନିକଟସ୍ଥ ମଙ୍ଗଲପୁର ଗ୍ରାମର ନାରାୟଣ ମହାନ୍ତି(୪୯) । ସୂଚନାଯୋଗ୍ୟ ଯେ, ଗତ ବର୍ଷ ମଇ/ଜୁନ ମାସରେ ନାରାୟଣ ମହାନ୍ତି ଏବଂ ତାଙ୍କ ସହଯୋଗୀ ଶଙ୍କର ସାହୁ ଅଭିଯୋଗକାରୀ ପ୍ରଭାତ କୁମାର ମର୍ଥାଙ୍କ ଲକ୍ଷ୍ମୀସାଗର, ବ୍ରିଟ୍ କଲୋନୀସ୍ଥିତ କାର୍ଯ୍ୟାଳୟକୁ ଯାଇ ସାକ୍ଷାତ କରିବା ସହିତ କୋଲାମଣ୍ଡଲମ ଫାଇନାନ୍ସ ଅଫିସରୁ ଆସିଥିବା କହିଥିଲେ । ସେଠାରେ ନାରାୟଣ ମହାନ୍ତି ନିଜକୁ କୋଲାମଣ୍ଡଲମ ଫାଇନାନ୍ସ କମ୍ପାନୀର ମ୍ୟାନଜର ପରିଚୟ ଦେବା ସହିତ କମ୍ପାନୀ ତରଫରୁ ନିଲାମ ହେବାକୁ ଥିବା ଦୁଇଟି ଟ୍ରକ କିଣିବା ଲାଗି ତାଙ୍କୁ ପ୍ରସ୍ତାବ ଦେଇଥିଲେ । ଏବଂ ସେହି ଟ୍ରକ ଦୁଇଟିର ପ୍ରସ୍ତାବିତ ମୂଲ୍ୟ ୫୦ଲକ୍ଷ ଟଙ୍କା ବୋଲି କହିଥିଲେ ।

ଏନେଇ ଅଭିଯୋଗକାରୀ ପ୍ରଭାତ ଉଭୟଙ୍କର ଠିକଣା ପଚାରିବାରୁ, ଉଭୟ ନିଜର ଠିକଣା କଟକ ବୋଲି କହିଥିଲେ । ପରେ ଉଭୟ ଅଭିଯୋଗକାରୀଙ୍କ ମନରେ ବିଶ୍ୱାସ ଜନ୍ମାଇବା ଲାଗି ଏକ ୧୪ ଚକିଆ ଟ୍ରକର ଭିଡିଓ ପଠାଇଥିଲେ । ଏହି ଭିଡିଓ ଦେଖିବା ପରେ ଅଭିଯୋଗକାରୀ ଜଣକ ଉଭୟଙ୍କ ଉପରେ ବିଶ୍ୱାସ କରି ଗତ ବର୍ଷ ଜୁଲାଇ ୧୨ ତାରିଖ ଦିନ ଚେକ ମାଧ୍ୟମରେ ୧୪ ଚକିଆ ଟ୍ରକ ବାବଦକୁ ୨୦ ଲକ୍ଷ,୫୦ ହଜାର ଟଙ୍କା ଏବଂ ୧୬ ଚକିଆ ଟ୍ରକ ବାବଦକୁ ୨୯ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ । ଚୁକ୍ତି ଅନୁଯାଇ ଧାର୍ଯ୍ୟ ଟଙ୍କା ପାଇବାର ୧୦ ରୁ ୧୨ ଦିନ ମଧ୍ୟରେ ଉଭୟ ଟ୍ରକ ଅଭିଯୋଗକାରୀଙ୍କୁ ଡେଲିଭରି ଦେବା କଥା ହୋଇଥିଲା । କିନ୍ତୁ ସମସ୍ତ ଟଙ୍କା ପାଇବାର ୧୨ ଦିନ ବିତିଯାଇଥିଲେ ମଧ୍ୟ ଟ୍ରକ ଡେଲିଭରି ଦେଇ ନଥିଲେ କି ପ୍ରଭାତଙ୍କ ଫୋନ କଲ ଉଠାଇ ନଥିଲେ । ପରେ ଅଭିଯୋଗକାରୀ ଜଣକ କୋଲାମଣ୍ଡଲମ ଫାଇନାନ୍ସ କମ୍ପାନୀର ବ୍ରାଞ୍ଚ ଅଫିସକୁ ଯାଇ ପଚରାଉଚରା କରିବା ପରେ, କମ୍ପାନୀ ତରଫରୁ ସେଭଳି କୌଣସି ଟ୍ରକ ନିଲାମ ପାଇଁ ନଥିବା ଜାଣିବାକୁ ପାଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button