ରାଜ୍ୟ

ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ – Ibnodisha

[ad_1]

କାମାକ୍ଷାନଗର: ତୁମୁସିଙ୍ଗା ଥାନା କାମାକ୍ଷାନଗର -ଢେଙ୍କାନାଳ ମୁଖ୍ୟ ରାସ୍ତାର ମହୁଲି ଗାଁ ପଞ୍ଚଶଖା ରାଇସ ମିଲ ନିକଟରେ ବାଲି ବୋଝେଇ ହାଇୱା ଟ୍ରକ ଧକ୍କାରେ ସ୍କୁଟି ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ଆଲୁଅଝରଣ ଗାଁର ଶାମ୍ବ କୁମାର ସାହୁ । ଶାମ୍ବ କପିଳାସ ସ୍ଥିତ ବାବା ଚନ୍ଦ୍ରଶେଖରଙ୍କ ଦର୍ଶନ କରିବାକୁ ଯାଉଥିବା ବେଳେ ମହୁଲି ନିକଟରେ ତାଙ୍କୁ ଏକ ବାଲି ବୋଝେଇ ହାଇୱା ଟ୍ରକ ମୁହାଁମୁହିଁ ଧକ୍କା ଦେବା ସହିତ କିଛି ବାଟ ଘୋଷାଡି ନେଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ହାଇୱା ଚାଳକ ଗାଡ଼ି ଛାଡି ଚମ୍ପଟ ମାରିଥିଲା । ଉତ୍ତ୍ୟକ୍ତ ଲୋକମାନେ କ୍ଷତି ପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ତୁମୁସିଙ୍ଗା ଥାନା ଅଧିକାରିଣୀ ଏବଂ କାମାକ୍ଷାନଗର ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା ସହ ଆବଶ୍ୟକୀୟ ସହାୟତା ପ୍ରଦାନ ନେଇ ପ୍ରତିଶ୍ରୁତି ଦେବା ପରେ ଦୁଇ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button