ରେଳ ବଜେଟ: ଓଡ଼ିଶାକୁ ୧୦,୫୩୬ କୋଟି – Ibnodisha

[ad_1]
ନୂଆଦିଲ୍ଲୀ: ବଜେଟରେ ଓଡିଶାକୁ ରେଳ ଅନୁମୋଦନ ନେଇ ମନ୍ତ୍ରୀଙ୍କ ସୂଚନା । ପ୍ରେସମିଟରେ ରେଳ ମନ୍ତ୍ରୀ ଅଶ୍ବୀନି ବୈଷ୍ଣବଙ୍କ ସୂଚନା । ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପିତ ଅନ୍ତରୀଣ ବଜେଟ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ୟୁପିଏ ସରକାରଙ୍କ ଅମଳରେ ଓଡ଼ିଶାକୁ ରେଳ ବଜେଟରେ ମାତ୍ର ୮୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଉଥିଲା । ଏହି ଅର୍ଥରେ ବର୍ଷକୁ ମାତ୍ର ୫୦ କିଲୋମିଟର ଲାଇନ ବିଛାଯାଉଥିଲା । କିନ୍ତୁ ମୋଦୀଙ୍କ ସରକାର ଅମଳରେ ଗତ ୩ ବର୍ଷ ହେଲା ହାରାହାରି ବର୍ଷକୁ ୧୦ ହଜାର କୋଟି ଓଡ଼ିଶାକୁ ଆସୁଛି । ଚଳିତ ଥର ଓଡ଼ିଶାକୁ ୧୦,୫୩୬ କୋଟି ଟଙ୍କାର ବ୍ୟୟବରାଦ କରାଇଛି । ଏବେ ବର୍ଷକୁ ୪୭୩ କିଲୋମିଟ ନୂଆ ଲାଇନ ବିଛାଯାଉଛି । ଯଦି ରାଜ୍ୟସରକାର ଶୀଘ୍ର ଜମି ଅଧିଗ୍ରହଣ କରନ୍ତି ତେବେ କାମ ଆହୁରି ଦ୍ରୁତ ଗତିରେ ହୋଇପାରନ୍ତା । ସେ କହିଛନ୍ତି ଯେ ଓଡ଼ିଶାର କଟକ-ଭୁବନେଶ୍ବର-ପୁରୀରେ ବନ୍ଦେ ମେଟ୍ରୋ ଚଳାଚଳ କରିବ । ତାପରେ ରାଉରକେଲା-ସମ୍ବଲପୁର-ଝାରସୁଗୁଡ଼ା କିମ୍ବା ତାଳଚେର ଅନୁଗୁଳରେ ଚଳାଚଳ ବିଷୟରେ ବିଚାର କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୪୦ ହଜାର କିଲୋମିଟର ନୂଆ ରେଳ ନେଟଓ୍ବର୍କ ତିଆରି ହେବ । ଏହା ଜର୍ମାନୀ ଓ ସ୍ବିଜରଲାଣ୍ଡରେ ଥିବା ମୋଟ ରେଳ ନେଟଓ୍ବର୍କଠାରୁ ବି ଅଧିକ ।
[ad_2]




