ରାଜ୍ୟ

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ – Ibnodisha

[ad_1]

କଣିହାଁ : କଣିହାଁ ଥାନା ବଡଗୁଣ୍ଡୁରି ଗ୍ରାମର ହେମନ୍ତ ବେହେରା (୩୯)ଙ୍କ ବିଦ୍ୟୁତ୍ ଆଘାତରେ ଶୁକ୍ରବାର ମୃତ୍ୟୁ ହୋଇଛି । ଅପରାହ୍ଣରେ ହେମନ୍ତ ଘର ପାଖ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ିଥିଲେ । ସ୍ଥାନୀୟ ବିଦ୍ୟୁତ୍ କର୍ମଚାରୀଙ୍କ ସହଯୋଗ ଲୋଡ଼ିଥିଲେ ମଧ୍ୟ କେହି ଶୁଣିନଥିଲେ । ଫଳରେ ବାଧ୍ୟ ହୋଇ ନିଜ ସର୍ଭିସ୍ ଲାଇନ୍‌ର ଯାନ୍ତ୍ରିକ ତ୍ରୁଟିଥିବା ଯୋଗୁ ଲାଇନ୍ ପୋଲ୍‌ରେ ଚଢ଼ି ସଜାଡ଼ୁଥିଲେ । ସେତିକି ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପୋଲ ତଳକୁ ଖସିପଡ଼ିଥିଲେ ।

ଘଟଣାସ୍ଥଳରୁ ଚେତାଶୂନ୍ୟ ଅବସ୍ଥାରେ ହେମନ୍ତଙ୍କୁ ପରିବାର ଲୋକେ କଣିହାଁ ମେଡିକାଲ୍‌କୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୯ ନଂ. ଜୋନ୍ ଜିଲ୍ଲାପରିଷଦ ରଞ୍ଜନ ସାହୁ ମେଡିକାଲରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button