ଅପରାଧ

ପିକଅପ୍ ଡ୍ରାଇଭରଙ୍କୁ ଗୁଳିମାଡ଼ – Ibnodisha

[ad_1]

ରାଉରକେଲା: ବିଶ୍ରା ଆଇଟିଆଇ ବସ୍ତିରେ ଗୁଳିକାଣ୍ଡ ହୋଇଛି l ଦୁଇ ଅଜ୍ଞାତ ଯୁବକଙ୍କ ଗୁଳିମାଡ଼ରେ ପିକଅପ ଡ୍ରାଇଭର ମହମ୍ମଦ ରାଜା ଗୁରୁତର ହୋଇଛନ୍ତି l ରାଜାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ତାଙ୍କ ଛାତିରେ ଗୁଳି ବାଜିଛି l ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି l ଗୁଳି ଚଳାଇଥିବା ଦୁଇ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବିଶ୍ରା ପୁଲିସ ପହଞ୍ଚି ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ରାଜା ନିଜ ଘର ଆଗରେ ପଡ଼ୋଶୀମାନଙ୍କ ସହ କଥା ହେଉଥିଲେl ହଠାତ ଏକ ମୋଟରବାଇକ ଦୁଇ ଅଜ୍ଞlତ ଯୁବକ ପହଞ୍ଚି କୌଣସି କଥାକୁ ନେଇ ପାଟିତୁଣ୍ଡ କରିଥିଲେl ଦୁଇ ଜଣଙ୍କ ମଧ୍ୟରୁ ଜଣେ ପକେଟରୁ ପିସ୍ତଲ ବାହାର କରି ରାଜାର ଛାତିକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ l ରାଜା ତଳେ ପଡ଼ିଯିବା ପରେ ଦୁଇ ଯୁବକ ସେଠାରୁ ମୋଟରବାଇକରେ ଫେରାର ହୋଇଯାଇଥିଲେl ପରିବାରଲୋକ ରାଜାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି l

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button