ଅପରାଧ

ଠକିଦେଲା ଇନ୍‌ଷ୍ଟାଗ୍ରାମ ପ୍ରେମ! ଦୁଷ୍କର୍ମ କରି ଷ୍ଟେସନ୍‌ରେ ଛାଡ଼ି ଚାଲିଗଲା – Ibnodisha

[ad_1]

ମୁମ୍ବାଇ : ଇନ୍‌ଷ୍ଟାଗ୍ରାମ୍ ପ୍ରେମ ପାଇଁ ନେପାଳରୁ ଆସିଲେ ମାହାରାଷ୍ଟ୍ର । ତାପରେ ଦୁଷ୍କର୍ମର ଶିକାର । ମଙ୍ଗଳବାର ଏମିତି ଏକ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ର ମୁମ୍ବାଇରୁ । ଜଣେ ୧୫ ବର୍ଷର ନାବାଳିକା । ଯିଏ କି ନେପାଳରେ ନିଜ ପିତାମାତାଙ୍କ ସହ ରୁହନ୍ତି । ସେ ଇନ୍‌ଷ୍ଟାଗ୍ରାମରେ ଜଣେ ପୁଅ ସହ ଚାଟିଂ ଆରମ୍ଭ କରିଥିଲେ । କିଛି ଦିନର ଚାଟିଂ ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା । ତାପରେ ସେମାନେ ଫୋନ୍ ନମ୍ବର ଦିଆନିଆ ହେଲେ । ଏମିତି କିଛି ଦିନ କଥାବାର୍ତ୍ତା ପରେ ଉଭୟଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା । ତାପରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା । ହଠାତ୍ ଦିନେ ପ୍ରେମିକ କହିଲା ‘ମୋତେ ଯଦି ତମେ ସତର ଭଲ ପାଉଥାଅ’ ତେବେ ତୁମେ ମହାରାଷ୍ଟ୍ର ଆସ । ମୁଁ ତମକୁ ବିବାହ କରିବି । ତମେ ଯଦି ନଆସିବ ତାହାଲେ ମୁଁ ଆତ୍ମହତ୍ୟା କରିବି ।’ ତେବେ ନାବାଳିକା ଜଣକ ନିଜ ବାପା ମାଆଙ୍କୁ ଏହି ଇନ୍‌ଷ୍ଟାଗ୍ରାମ୍ ପ୍ରେମ ସମ୍ପର୍କରେ କିଛି ବି କହିନଥିଲେ । ତେଣୁ କଳେ ବଳେ କୌଶଳେ କିଛି ବାହାନା କରି ନେପାଳରୁ ମହାରାଷ୍ଟ୍ର ଅଭିମୁଖେ ଏକାକୀ ବାହାରିଥିଲେ । ବସ୍ ଓ ଟ୍ରେନ୍ ଯୋଗେ ସେ ମହାରାଷ୍ଟ୍ରର ମୁମ୍ବାରାରେ ପହଞ୍ଚିଥିଲେ । ସେଠାରେ ପ୍ରେମିକ ତାଙ୍କୁ ରିସିଭ କରିଥିଲା ।

ତାପରେ ସେ ପୂର୍ବରୁ ରହୁଥିବା ଏକ ଭଡ଼ା ଘରକୁ ନାବାଳିକାଙ୍କୁ ନେଇ ଯାଇଥିଲା । ସେଠାରେ ତାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ପୁଣି ଷ୍ଟେସନ୍‌ରେ ଛାଡ଼ିଥିଲା । ଆଉ ଏକ ଲୋକାଲ ଟ୍ରେନ୍ ଟିକେଟ କରି ଧରାଇ ଦେଇଥିଲା । ନାବାଳିକା ଜଣକ ଲୋକାଲ ଟ୍ରେନ୍‌ରେ ଫେରୁଥିବା ବେଳେ ପାଖରେ ଥିବା ଆଉ ଜଣେ ଯାତ୍ରୀ ତାଙ୍କ ସହ କଥାବର୍ତ୍ତା ଆରମ୍ଭ କରିଥିଲେ । କାରଣ ସେ ଜାଣିପାରିଥିଲେ ଯେ, ନାବାଳିକା ଜଣକ ଅସୁବିଧାରେ ଅଛନ୍ତି । କିମ୍ବା କିଛି ଚିନ୍ତାରେ ଅଛନ୍ତି । ନାବାଳିକାଙ୍କ ସହ କଥା ହେବା ପରେ ପୁରା ଘଟଣା ସମ୍ପର୍କରେ ଜାଣିଥିଲେ । ପରେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ଯୋଗାଯୋଗ କରିଥିଲେ । ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ସହଯୋଗର ହାତ ବଢ଼ାଇଥିଲେ । ନାବାଳିକାଙ୍କୁ ନେଇ ପ୍ରଥମେ ସେମାନେ ପୋଲିସ ପାଖକୁ ଯାଇଥିଲେ । ସେଠାରୁ ପୋଲିସର ତତ୍ୱାବଧାନରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ଡାକ୍ତର ପରୀକ୍ଷା କରିବା ପରେ ନାବାଳିକା ଗୁରୁତର ଥିବା କହିଥିଲେ । ସେ ସୁସ୍ଥ ନହେବା ପର୍ଯ୍ୟନ୍ତ ମେଡିକାଲରେ ରହିବେ ବୋଲି ଡାକ୍ତର କହିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button