ଖେଳ

ବେଙ୍ଗାଲୁରୁକୁ ୭ ୱିକେଟରେ ହରାଇଲା କୋଲକାତା – Ibnodisha

[ad_1]

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲର ୧୦ମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ୱିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ବେଙ୍ଗାଲୁରୁ ଦ୍ୱାରା ରଖାଯାଇଥିବା ୧୮୩ ରନର ବିଜୟ ଲକ୍ଷ୍ୟକୁ କୋଲକାତା ଦଳ ୧୬.୫ ଓଭରରେ ୩ ୱିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଭେଙ୍କଟେଶ ଆୟର ୫୦ ରନ ଓ ସୁନୀଲ ନାରିନ ୪୭ ରନ କରିଥିଲେ । ଶ୍ରେୟସ ଆୟର ଅପରାଜିତ ୩୩ ରନ ଓ ଫଲିପ ସଲ୍ଟ ୩୦ ରନ କରିଥିଲେ ।

ଏହି ମ୍ୟାଚରେ କୋଲକାତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଜରିଆରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୨ ରନ କରିଥିଲା । ବିରାଟ ୫୯ଟି ବଲରେ ୮୩ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୪ଟି ଚୌକା ଓ ୪ଟି ଛକା ମାରିଥିଲେ । ସେହିପରି କ୍ୟାମେରନ ଗ୍ରୀନ ୩୩ ରନ ଓ ଗ୍ଲେନ ମାକ୍ସୱେଲ ୨୮ ରନ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିବାରେ ବିଫଳ କରିଥିଲେ । କୋଲକାତା ପକ୍ଷରୁ ହର୍ଷିତ ରାଣା ଓ ଆନ୍ଦ୍ରେ ରସେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ । ସେହିପରି ସୁନୀଲ ନାରିନ ଗୋଟିଏ ୱିକେଟ ନେଇଥିଲେ ।

The post ବେଙ୍ଗାଲୁରୁକୁ ୭ ୱିକେଟରେ ହରାଇଲା କୋଲକାତା appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button