ଖେଳ

ପୂନର୍ବାର ଧୋନୀଙ୍କ ଉପରେ ବର୍ଷିଲେ ଯୁବରାଜଙ୍କ ବାପା ଯୋଗରାଜ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଷ୍ଟାର ଖେଳାଳି ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ ପୂନର୍ବାର ମହେନ୍ଦ୍ର ସିଂ ଧୋନୀଙ୍କୁ ଟାର୍ଗେଟ କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଯୁବରାଜ ସିଂ କ୍ୟାରିୟର ନଷ୍ଟ କରିବାରେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ଧୋନୀଙ୍କ ହାତ ରହିଥିଲା । ଯୁବି ଆଉ ୪ରୁ୫ ବର୍ଷ ଆନ୍ତର୍ଜାତୀୟ କ୍ରିକେଟ ଖେଳି ପାରିଥାନ୍ତେ ।

ଏହି ଅବସରରେ ସେ ଯୁବିଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବୀ କରିଛନ୍ତି । ସବୁ କିଛି ହୋଇଯିବ କିନ୍ତୁ ମୁଁ ଧୋନୀଙ୍କୁ କ୍ଷମା କରିବି ନାହିଁ । ଯୁବରାଜଙ୍କ ପରି ପୁଅ ଜନ୍ମ କରିବା ଭାଗ୍ୟର କଥା ।

କ୍ୟାନ୍ସରରେ ଆକ୍ରାନ୍ତ ହେବା ସତ୍ୱେ ଯୁବରାଜ ଭାରତକୁ ବିଶ୍ୱକପ ଜିତାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଯୁବି ୨୦୧୧ ଦିନିକିଆ ବିଶ୍ୱକପରେ ୩୬୨ ରନ ଓ ୧୫ ୱିକେଟ ଅକ୍ତିଆର କରି ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ବିବେଚିତ ହୋଇଥିଲେ । ୨୦୦୦ରୁ ୨୦୧୭ ମଧ୍ୟରେ ଯୁବି ୪୦୨ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଟି୨୦ ବିଶ୍ୱକପର ପ୍ରଥମ ସଂସ୍କରଣରେ ମଧ୍ୟ ଯୁବି ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଧୋନୀଙ୍କ ନେତୃତ୍ୱରେ ଭାରତ ଚାମ୍ପିୟନ ହୋଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button