ଖେଳ

ସନ୍ଦୀପ ୱାରିୟର୍ ଶମୀଙ୍କ ବଦଳ ଖେଳାଳି – Ibnodisha

[ad_1]

ଅହମ୍ମଦାବାଦ: ଆଇପିଏଲ୍‌ର ୧୭ତମ ସଂସ୍କରଣ ଆରମ୍ଭକୁ ମଝିରେ ଆଉ ମାତ୍ର ଦିନଟିଏ ବାକି ଥିବାବେଳେ ଗୁଜରାଟ ଟାଇଟନ୍ସ (ଜିଟି) ବୁଧବାର ଷ୍ଟାର୍ ଫାଷ୍ଟ୍ ବୋଲର୍ ମହମ୍ମଦ ଶମୀଙ୍କ ବଦଳ ଖେଳାଳି ନାମ ଘୋଷଣା କରିଛି । ଆଘାତ କାରଣରୁ ଶମୀ ଆଗାମୀ ସିଜନ୍‌ରେ ଖେଳିବେ ନାହିଁ । ଗୁଜରାଟ ଟାଇଟନ୍ସ ତାଙ୍କ ସ୍ଥାନରେ କେରଳର ସନ୍ଦୀପ ୱାରିୟର୍‌ଙ୍କୁ ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କାରେ ଟିମ୍‌ରେ ସାମିଲ କରିଛି । ଶେଷଥର ପାଇଁ ୨୦୨୧ରେ ଆଇପିଏଲ୍ ଖେଳିଥିବା ୱାରିୟର୍ ଟୁର୍ଣ୍ଣାମେଣ୍ଟ୍‌ରେ ମୋଟ ୫ଟି ୱିକେଟ୍ ହାସଲ କରିଛନ୍ତି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଆହତ ଦିଲ୍‌ଶାନ୍ ମଦୁଶଙ୍କାଙ୍କ ସ୍ଥାନରେ ସାଉଥ୍ ଆଫ୍ରିକାର ୧୭ ବର୍ଷୀୟ ପେସର୍ କ୍ୱେନା ମଫାକାଙ୍କୁ ସ୍କ୍ୱାଡ୍‌ରେ ସାମିଲ କରିଛି । ତାଙ୍କ ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କାରେ ମୁମ୍ବାଇ ନିଜ ସ୍କ୍ୱାଡ୍‌ରେ ସାମିଲ କରିଛି । ଶ୍ରୀଲଙ୍କା ଫାଷ୍ଟ୍ ବୋଲର୍ ମଦୁଶଙ୍କା ବାଂଲାଦେଶ ବିପକ୍ଷ ସିରିଜ୍‌ରେ ଆହତ ହୋଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button