ଖେଳ

ପୂର୍ବତନ ପାକ୍ କ୍ରିକେଟର ହସନ ରାଜାଙ୍କ ଅଭିଯୋଗ; ଭାରତୀୟ ଦଳକୁ ଆଇସିସି ସ୍ୱତନ୍ତ୍ର ବଲ୍ ଦେଉଛି – Ibnodisha

[ad_1]

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ବ୍ୟାଟ୍ସମ୍ୟାନ୍ ହାସନ୍ ରଜା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)କୁ ଭାରତୀୟ ବୋଲରଙ୍କ ବଲ୍ ଉପରେ ନଜର ରଖିବା ସହ ଏକ ନୂଆ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି, ଆଇସିସି ଭାରତୀୟ ବୋଲରଙ୍କୁ କିଛି ସ୍ୱତନ୍ତ୍ର ବଲ୍ ଯୋଗାଇ ଦେଉଛି ବୋଲି ଅନୁଭବ କରୁଛି । ଯେଉଁଥିପାଇଁ ବ୍ୟାଟିଂ ଉପଯୋଗୀ ପିଚରେ ଖେଳାଳିଙ୍କୁ ଅତିରିକ୍ତ ସୁଇଂ ମିଳୁଛି । ଲାଗୁଛି ଯେମିତି ଦ୍ୱିତୀୟ ଇନିଂସରେ ବଲ୍ ବଦଳିଯାଉଛି ।

ମୁଁ ଭାବୁଛି ଆଇସିସି, ଅମ୍ପାୟାର କିମ୍ବା ବିସିସିଆଇ ଭାରତୀୟ ବୋଲରଙ୍କୁ ଭିନ୍ନ ବଲ୍ ଦେଉଛନ୍ତି । ବିଶ୍ୱକପ୍ ମ୍ୟାଚରେ ଭାରତ ବ୍ୟବହାର କରୁଥିବା ବଲକୁ ଆଇସିସି ଯାଞ୍ଚ କରିବା ଉଚିତ ବୋଲି ସେ କହିଛନ୍ତି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୩୦୨ ରନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ୩୫୭ ରନର ବିଶାଳ ସ୍କୋର୍ କରିବା ପରେ ଭାରତ ଶ୍ରୀଲଙ୍କାକୁ ମାତ୍ର ୫୫ ରନରେ ଅଲଆଉଟ୍ କରି ଦେଇଥିଲା । ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ୫ ୱିକେଟ୍ ଅକ୍ତିଆର କରିଥିବା ବେଳେ ମହମ୍ମଦ ସିରାଜ ତିନି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍ କରି ଶ୍ରୀଲଙ୍କା ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍‌ଙ୍କ ବ୍ୟାକ୍ ଭାଙ୍ଗି ଦେଇଥିଲେ ।

ଦ୍ରୁତ ବୋଲର ଯଶପ୍ରୀତ ବୁମରା (୧୫), ମହମ୍ମଦ ସାମି (୧୪) ଓ ମହମ୍ମଦ ସିରାଜ (୯) ସାତ ମ୍ୟାଚରୁ ୩୮ ୱିକେଟ୍ ନେଇଛନ୍ତି । ଶାମି ଓ ସିରାଜଙ୍କୁ ସାମ୍ନା କରିବା ତାଙ୍କ ସମୟର କିଛି ମହାନ ପେସ୍ ବୋଲରଙ୍କୁ ଟକ୍କର ଦେବା ସହ ସମାନ ବୋଲି ସେ ମତ ଦେଇଛନ୍ତି । ଭାରତ ଯେତେବେଳେ ବ୍ୟାଟିଂ କରୁଛି, ସେତେବେଳେ ଭଲ ଖେଳୁଛି । କିନ୍ତୁ ଭାରତ ଯେତେବେଳେ ବୋଲିଂ କରୁଛି ସେତେବେଳେ ଅନ୍ୟ ଦଳଗୁଡ଼ିକ ସଂଘର୍ଷ କରୁଛନ୍ତି । ଆମେ ଭାରତୀୟ ବୋଲରଙ୍କ ଠାରୁ ଏକ ଭିନ୍ନ ସ୍ତରର ଆକ୍ରମଣାତ୍ମକ ପ୍ରଦର୍ଶନ ଦେଖିଲୁ । ଯେତେବେଳେ ସାମି ଓ ସିରାଜ ବୋଲିଂ କରୁଛନ୍ତି, ସେତେବେଳେ ଲାଗୁଛି ଯେମିତି ଆମେ ଦିନକୁ ଦିନ ଆଲାନ୍ ଡୋଲାଣ୍ଡ ଓ ମାଖୟା ଏନ୍‌ଟିନିଙ୍କ ବିପକ୍ଷରେ ଖେଳୁଛୁ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button