ଦିଲ୍ଲୀ କ୍ୟାପିଟାଲ୍ସ ନେତୃତ୍ୱ ନେବେ ପନ୍ତ୍; ସ୍ପଷ୍ଟକଲେ ସୌରଭ ଗାଙ୍ଗୁଲି – Ibnodisha

[ad_1]
ନୂଆଦିଲ୍ଲୀ: ଆହତ ଟିମ୍ ଇଣ୍ଡିଆ ୱିକେଟ୍କିପର୍ ବ୍ୟାଟର୍ ଋଷଭ ପନ୍ତ୍ ୨୦୨୪ ଆଇପିଏଲ୍ରେ କ୍ରିକେଟ୍ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିବେ । ଏହା ସହିତ ସେ ଟିମ୍ ନେତୃତ୍ୱ ମଧ୍ୟ ସମ୍ଭାଳିବେ ବୋଲି ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ଡାଇରେକ୍ଟର ସୌରଭ ଗାଙ୍ଗୁଲି ଅପ୍ଡେଟ୍ ଦେଇଛନ୍ତି । ଗାଙ୍ଗୁଲି କହିଛନ୍ତି, ଆଇପିଏଲ୍ ୨୦୨୪ରେ ପନ୍ତ୍ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେବେ । ଏହା ପୂର୍ବରୁ ପନ୍ତ୍ଙ୍କ ପ୍ରତ୍ୟାବର୍ତ୍ତନ ନେଇ ଲଗାତାର କଳ୍ପନା ଜଳ୍ପନା ପ୍ରକାଶ ପାଇଆସୁଥିଲା ।
ମାତ୍ର ଆଇପିଏଲ୍ର ଆଗାମୀ ସିଜନ୍ରେ ପନ୍ତ୍ଙ୍କ ଖେଳିବେ ବୋଲି ଗାଙ୍ଗୁଲିଙ୍କ ଟ୍ୱିଟ୍ରୁ ପରିଷ୍କାର ହୋଇଛି । ୨୦୨୨ ସେପ୍ଟେମ୍ବରରେ ଋଷଭ ପନ୍ତ୍ ଶେଷଥର ବାଂଲାଦେଶ ଗସ୍ତରେ ଖେଳିଥିଲେ । ଏହା ପରେ ତାଙ୍କର ଦୁର୍ଘଟଣା ଘଟିଥିଲା । ଏବେ ସେ ଏନ୍ସଏରେ ରିହାବ୍ କରୁଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ପନ୍ତ୍ଙ୍କ ଶୀଘ୍ର ପ୍ରତ୍ୟାବର୍ତ୍ତନ ନେଇ ବିସିସିଆଇ ତରବରିଆ ମୁଡ୍ରେ ନାହିଁ । ଅବଶ୍ୟ ଭାରତୀୟ ଟିମ୍କୁ ପ୍ରତ୍ୟାବର୍ତ୍ତନ ପୂର୍ବରୁ ତାଙ୍କୁ ଘରୋଇ ମ୍ୟାଚ୍ରେ ଦେଖିବାକୁ ମିଳିପାରେ । ତେବେ ଗାଙ୍ଗୁଲିଙ୍କ ଟ୍ୱିଟ୍ ପରେ ଆଇପିଏଲ୍ ୨୦୨୪ରେ ପନ୍ତ୍ଙ୍କ ଖେଳିବା ଉପରେ ମୋହର ଲାଗିଯାଇଛି ।
[ad_2]




