ରାଜ୍ୟ

ବଢ଼ୁଛି ଶୀତ: ଦାରିଙ୍ଗବାଡିରେ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ଖସିଲା – Ibnodisha

[ad_1]

କନ୍ଧମାଳ : କନ୍ଧମାଳରେ ବଢ଼ୁଛି ଶୀତ । କିଛିଦିନ ହେଲା କନ୍ଧମାଳରେ ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ ଶୀତର ପରିମାଣ ବୃଦ୍ଧି ପାଇଛି । ଫୁଲବାଣୀ ସମେତ ଚକାପାଦ,ଫିରିଙ୍ଗିଆ,ଜି ଉଦୟଗିରି,ତୁମୁଡ଼ିବନ୍ଧ, କୋଟ ଗଡ,ଦାରିଙ୍ଗବାଡି ଭଳି ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳ ଗୁଡ଼ିକରେ ଶୀତ ଅଧିକ ଅନୁଭୂତ ହେଉଥିବାରୁ କିଛି କିଛି ସ୍ଥାନରେ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁର ସାହାରା ନେଉଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ଜିଲ୍ଲାର ଚର୍ତୁପାର୍ଶ୍ୱରେ କୁହୁଡି ଆଚ୍ଛାଦିତ କରି ରଖିଛି ।

ଗତକାଲି ଉଭୟ ଦାରିଙ୍ଗବାଡି ଓ ଫୁଲବାଣୀର ତାପମତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ପାଣିପାଗ ବିଭାଗ। ଥଣ୍ଡା ବଢିବା ଫଳରେ ଏବେ ଗରମ ପୋଷାକର ମଧ୍ୟ ଚାହିଦା ବଢିବାରେ ଲାଗିଛି। ଫଳରେ ଗାଁରୁ ସହର ଯାଏ ଗରମ ପୋଷାକର ପସରା ମେଲିଥିବା ଦେଖାଯାଉଛି। ଲୋକେ ମଧ୍ୟ ଗରମ ପୋଷାକ କିଣାକିଣି କରୁଥିବା ଦେଖିବାକୁ ମିଳୁଛି । ତେବେ ଏବେ ପର୍ଯ୍ୟଟନ ରୁତୁ ହୋଇଥିବାରୁ କନ୍ଧମାଳ ଜିଲାର ପ୍ରାକୃତିକ ମନୋରମ ପରିବେଶକୁ ମନଭରି ଉପଭୋଗ କରିବା ଲାଗି ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ବଣଭୋଜିର ଆସର ଜମୁଛି। ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କ ଆସ୍ତେ ଆସ୍ତେ ଭିଡ଼ ଜମାଇଲେଣି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button