ରାଜ୍ୟ

୩ ଦିନ ପରେ ରାଜ୍ୟକୁ ଫେରିବ ଶୀତ – Ibnodisha

[ad_1]

ଭୁବନେଶ୍ୱର: ୩ ଦିନ ପରେ ରାଜ୍ୟକୁ ପ୍ରବେଶ କରିବ ଥଣ୍ଡା ପବନ । ଏହାର ପ୍ରଭାବରେ ରାତ୍ରିରେ ତାପମାତ୍ରା କମିବ। ସ୍ବାଭାବିକ ଠାରୁ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ପାରଦ ହ୍ରାସ ପାଇବ । ସେପଟେ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଜାରି ରହିଛି ହାଲୁକା ବର୍ଷା। ଆଜି ମଧ୍ୟ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୁଳ ଏବଂ ଢେଙ୍କାନାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟାରେ କୋରାପୁଟ ବନ୍ଧୁଗାଁରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ବନ୍ଧୁଗାଁ ରେ ୯୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୮୯.୪ ମିମି ଏବଂ ମୟୂରଭଞ୍ଜ ରେ ୭୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button