ଦେଶ

ଆଜିଠୁ ୩ ଦିନିଆ କେଦାରନାଥ ଯାତ୍ରାରେ ରାହୁଲ ଗାନ୍ଧି – Ibnodisha

[ad_1]

ନୂଆଦିଲ୍ଲୀ:ବିଧାନସଭା ନିର୍ବାଚନର ପ୍ରଚାର ଅଭିଯାନ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜିଠୁ ନିଜର ୩ ଦିନିଆ କେଦାରନାଥ ଯାତ୍ରା ଆରମ୍ଭ କରିଛନ୍ତି। ରାହୁଲ ଗାନ୍ଧି ଏଠାରେ ଦୁଇ ରାତି ରହିବେ। ଏହା ହେଉଛି, ରାହୁଲଙ୍କର ବ୍ୟକ୍ତିଗତ ଯାତ୍ରା। ରାହୁଲ ଗାନ୍ଧି ଅପରାହ୍ନ ୧୨ଟା ୧୫ରେ ଦିଲ୍ଲୀରୁ ଡେରାଡୁନ୍‌ ଜଲିଗ୍ରାଣ୍ଟ ବିମାନବନ୍ଦରରେ ପହଞ୍ଚି ପୁଣି ୧୨ଟା ୩୦ରୁ କେଦାରନାଥ ଅଭିମୁଖେ ବାହାରିଛନ୍ତି।

ଏଠାରୁ ସେ ହେଲିକପ୍ଟର ଯୋଗେ କେଦାରନାଥରେ ପହଞ୍ଚିବେ। କେଦାରନାଥ ଧାମରେ ରାହୁଲ ଗାନ୍ଧି ରୁଦ୍ରାଭିଷେକ ସହିତ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ। ଏହାପରେ ଶ୍ରଦ୍ଧାଳୁ ଏବଂ ପୁରୋହିତମାନଙ୍କୁ ଭେଟିବେ। କେଦାରନାଥରେ ଦୁଇ ରାତି ରହିବା ପରେ ସେ ମଙ୍ଗଳବାର ଅପରାହ୍ନରେ ଦିଲ୍ଲୀ ଫେରିବେ। ରାହୁଲ କଂଗ୍ରେସ ସମର୍ଥକମାନଙ୍କୁ ନିବେଦନ କରି କହିଛନ୍ତି ଯେ ଏହା ତାଙ୍କର ବ୍ୟକ୍ତିଗତ ଗସ୍ତ, ଏହି ସମୟରେ କେହି ବି ତାଙ୍କୁ ଭେଟିବା ପାଇଁ ଆସନ୍ତୁ ନାହିଁ।

ଉତ୍ତରାଖଣ୍ଡ କଂଗ୍ରେସ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛି, ‘ରାହୁଲ ଗାନ୍ଧି ବାବା କେଦାରନାଥଙ୍କୁ ଦର୍ଶନ କରିବା ପାଇଁ ଉତ୍ତରାଖଣ୍ଡ ଆସୁଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ଆଧ୍ୟାତ୍ମିକ ଯାତ୍ରା। ସମସ୍ତ ଦଳୀୟ କର୍ମୀଙ୍କୁ ଅନୁରୋଧ ଯେ ଏହି ବ୍ୟକ୍ତିଗତ ଯାତ୍ରାକୁ ସମ୍ମାନ ଜଣାଇ ଏକାକୀ ପୂର୍ଣ୍ଣ କରିବାକୁ ଦିଅନ୍ତୁ। ଆପଣ ସମସ୍ତେ ନିଜର ଉତ୍ସାହପୂର୍ବକ ସମର୍ଥନ ମନରୁ କରିପାରିବେ ଏବଂ ପରବର୍ତ୍ତୀ ସମୟରେ ଆପଣଙ୍କ ପ୍ରିୟ ନେତାଙ୍କୁ ଭେଟିପାରିବେ। ଜୟ ଶ୍ରୀ କେଦାର’।

କହି ରଖୁଛୁ, ରାହୁଲ ଗାନ୍ଧି ପୂର୍ବରୁ ମଧ୍ୟ କେଦାରନାଥ ଗସ୍ତ କରିସାରିଛନ୍ତି। ୨୦୧୩ ବିପର୍ଯ୍ୟୟ ପରେ ସେ କେଦାରନାଥ ଆସିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button