ଦେଶ

ୱାର୍ଲ୍ଡ ଫୁଡ୍ ଇଣ୍ଡିଆ କାର୍ଯକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ; ସ୍ୱାଦ ଓ ଟେକ୍‌ନିକ୍‌ର ଫ୍ୟୁଜନ୍ ନୂଆ ଭବିଷ୍ୟଚୁ ଜନ୍ମ ଦେବ – Ibnodisha

[ad_1]

ନୂଆଦିଲ୍ଲୀ: ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭାରତ ମଣ୍ଡପମ୍‌ରେ ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩’ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଲକ୍ଷରୁ ଊର୍ଦ୍ଧ୍ୱ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟଙ୍କୁ ୩୮୦ କୋଟି ଟଙ୍କାର ପ୍ରାରମ୍ଭିକ ପୁଞ୍ଜି ସହାୟତା ବଣ୍ଟନ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ଉଦ୍‌ଘାଟନୀ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱାଦ ଓ ଟେକ୍‌ନିକ୍‌ର ଏହି ଫ୍ୟୁଜନ୍ ଏକ ନୂଆ ଭବିଷ୍ୟତକୁ ଜନ୍ମଦେବା ସହିତ ଏକ ନୂଆ ଇକୋନୋମିକୁ ଗତି ପ୍ରଦାନ କରିବ । ପରିବର୍ତ୍ତନଶୀଳ ବିଶ୍ୱରେ ଖାଦ୍ୟ ସୁରକ୍ଷା ୨୧ଶ ଶତାବ୍ଦୀର ଏକ ବଡ଼ ଆହ୍ୱାନ ।

ତେଣୁ ୱାର୍ଲ୍ଡ ଫୁଡ୍ ଇଣ୍ଡିଆର ଏହି ଆୟୋଜନ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ବୋଲି ସେ କହିଥିଲେ । ମୋଦୀ ଆହୁରି କହିଛନ୍ତି,  ଆମର କୃଷି ରପ୍ତାନି ବିଶ୍ୱ ସ୍ତରରେ ୭ମ ସ୍ଥାନରେ ପହଞ୍ଚିଛି । ଖାଦ୍ୟ କ୍ଷେତ୍ରରେ ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଥିରେ ଭାରତ ପ୍ରଗତି କରିନାହିଁ । ଦେଶରେ ଗତ ୯ ବର୍ଷ ମଧ୍ୟରେ ପ୍ରକ୍ରିୟାକରଣ ଖାଦ୍ୟ ରପ୍ତାନି ୧୫୦% ବୃଦ୍ଧି ପାଇଛି । ଭାରତର ଖାଦ୍ୟ ବିବିଧତା ଗ୍ଲୋବାଲ୍ ଇନ୍‌ଭେଷ୍ଟର୍‌ଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି । ପ୍ରକ୍ରିୟାକରଣ ଖାଦ୍ୟ କ୍ଷେତ୍ରରେ ଗତ ନଅବର୍ଷରେ ୫୦,୦୦୦ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶ ହୋଇଛି ।

ଏହା ନିରନ୍ତର ଏବଂ ସମର୍ପିତ ପ୍ରୟାସର ପରିଣାମ । ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସରକାରର କାର୍ଯ୍ୟକାଳରେ ଦେଶରେ ପ୍ରଥମ ଥର କୃଷି କ୍ଷେତ୍ରରେ ରପ୍ତାନି ନିୟମ ଲାଗୁ ହୋଇଛି । ସାରା ଭାରତରେ ଲଜିଷ୍ଟିକ୍ ଏବଂ ଆଧାରଗତ ଭିତ୍ତିଭୂମିର ଏକ ନେଟ୍‌ୱର୍କ ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ବିଭିନ୍ନ ଦିଗ ଉପରେ ଧ୍ୟାନ କେନ୍ଦ୍ରିତ ପାଇଁ ୪୮ ଅଧିବେଶନ ଆୟୋଜିତ ହେବ । ଏହା ମଧ୍ୟରେ ଆର୍ଥିକ ସଶକ୍ତୀକରଣ, ଗୁଣବତ୍ତା ଆଶ୍ୱସନା ତଥା ମେସିନାରୀ ଏବଂ ଟେକ୍ନୋଲୋଜିର ଇନୋଭେସନ୍ ଉପରେ ଜୋର୍ ଦିଆଯିବ ।

କାର୍ଯ୍ୟକ୍ରମରେ ପ୍ରମୁଖ ଖାଦ୍ୟ ପ୍ରକିୟାକରଣ କମ୍ପାନୀର ସିଇଓଙ୍କ ସମେତ ୮୦ରୁ ଅଧିକ ଦେଶର ପ୍ରତିନିଧି ଭାଗନେବେ । ଏଥିରେ ଗ୍ରାହକ ଏବଂ କ୍ରେତାଙ୍କ ଏକ ବୈଠକ ମଧ୍ୟ ହେବ, ଯେଉଁଥିରେ ୮୦ରୁ ଊର୍ଦ୍ଧ୍ୱ ଦେଶର ୧୨୦୦ ବିଦେଶୀ କ୍ରେତା ସାମିଲ ହେବେ । ଏହି ଆୟୋଜନର ଉଦ୍ଦେଶ୍ୟ ଭାରତକୁ ବିଶ୍ୱର ଖାଦ୍ୟ ବାସ୍କେଟ୍ ଭାବେ ପ୍ରଦର୍ଶିତ ସହିତ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରିବା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button