ଖେଳ

ଆଫଗାନିସ୍ତାନ ଟିମ୍‌କୁ ସାକ୍ଷାତ କଲେ ସଚିନ ତେନ୍ଦୁଲକର, ରାସିଦ ଖାନ ଜଣାଇଲେ ଧନ୍ୟବାଦ – Ibnodisha

[ad_1]

ବ୍ୟୁରୋ : ବିଶ୍ୱକପ ୨୦୨୩ର ୩୯ ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଏହି ମ୍ୟାଚ ପୂର୍ବରୁ ଆଫାଗାନିସ୍ତାନ ଟିମ୍‌ ଖେଳାଳିଙ୍କ ସହିତ ସଚିନ ତେନ୍ଦୁଲକର ସାକ୍ଷାତ କରିଛନ୍ତି । ଓ୍ଵାଙ୍ଖଡେରେ ଟିମ୍‌ ସହିତ ଫଟୋ ଉଠାଇଛନ୍ତି । ଏହି ଅବସରରେ ଆଫାଗାନିସ୍ତାନ ଟିମର ସ୍ପିନ ବୋଲର ସଚିନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।୨୦୨୩ ବିଶ୍ୱକପରେ ଆଫାଗାନିସ୍ତାନ ଟିମ୍‌ କମାଲ କରୁଛି । ଟିମ୍‌ ୪ଟି ମ୍ୟାଚ ଖେଳି ୮ ପଏଣ୍ଟ ହାସଲ କରିଛି । ସେମିଫାଇନାଲ ରେସରେ ଏପର୍ଯ୍ୟନ୍ତ ରହିଛି ଟିମ୍‌ । ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳିବା ପୂର୍ବରୁ ଆଫାଗାନସ୍ତାନ ଟିମ୍‌ ସଚିନ ତେନ୍ଦୁଲକରଙ୍କ ସହିତ ସାକ୍ଷାତ କରିଛି । ଏହି ସମୟରେ ଖେଳାଳିଙ୍କ ମନୋବଳ ବଢାଇଛନ୍ତି ସଚିନ ତେନ୍ଦୁଲକର । ଏହାକୁ ନେଇ ରାସିଦ ଖାନ ସଚିନ ତେନ୍ଦୁଲକରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଇସିସି ଜାରି କରିଥିବା ଭିଡିଓରେ ଦେଖିବାକୁ ମିଳିଛି କି, ରାସିଦ ଖାନ ସଚିନ ତେନ୍ଦୁଲକରଙ୍କୁ ଧନ୍ୟବାଦ କରି କହିଛନ୍ତି, ଏହା ପ୍ରତ୍ୟେକ ବ୍ୟକ୍ତି ପାଇଁ ବିଶେଷ ମୁହୂର୍ତ୍ତ । ଓ୍ଵାଙ୍ଖଡେ ଷ୍ଟାଡିୟମରେ ତାଙ୍କ ସହିତ ଦେଖା କରିବା ନିଶ୍ଚିତ ଭାବେ ଅଲଗା ଅନୁଭୂତି । କ୍ରିକେଟର ଭଗବାନଙ୍କୁ ସାକ୍ଷାତ କରିବା ଟିମ୍‌କୁ ପଜେଟିଭ ଏନର୍ଜି ଦେବ । ଅନେକ ଖେଳାଳିଙ୍କ ପାଇଁ ସ୍ୱପ୍ନ ପୂରଣ ହୋଇଛି । ରସିଦ ଖାନ ସଚିନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ‘ମୁଁ କେବଳ କହିବାକୁ ଚାହେଁ ଯେ, ଏଠାକୁ ଆସିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ । ମୁଁ ଜାଣେ ଅନେକ ଲୋକ ଆପଣଙ୍କୁ ଦେଖିବା ପରେ କ୍ରିକେଟ୍ ଆରମ୍ଭ କରନ୍ତି । ଆପଣ ଆଫଗାନିସ୍ତାନର ସମସ୍ତଙ୍କ ପାଇଁ ଏକ ଆଦର୍ଶ, ତେଣୁ ସମଗ୍ର ଆଫଗାନିସ୍ତାନ ତରଫରୁ ଏଠାକୁ ଆସିବା ଏବଂ ଆମ ସହିତ ଏହି ଗୁରୁତ୍ୱପୂର୍ଣ୍ଣ ସମୟ ଅତିବାହିତ କରିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button