ଖେଳ

୫୦୦୦ କୋଟି ଡଲାର୍‌ ଛୁଇଁପାରେ ଆଇପିଏଲ୍‌ ମିଡିଆ ଅଧିକାର: ଧୁମାଲ୍ – Ibnodisha

[ad_1]

ନୂଆଦିଲ୍ଲୀ: ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଆଇପିଏଲ୍‌ ମିଡିଆ ଅଧିକାର ମୂଲ୍ୟ ୫୦୦୦ କୋଟି ଡଲାର୍‌ ଛୁଇଁପାରେ। ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ଧୁମାଲ ଏଭଳି ବୟାନ ରଖିଛନ୍ତି। ଲିଗ୍‌ର ବର୍ତ୍ତମାନର ମିଡିଆ ଅଧିକାର ମୂଲ୍ୟ ୨୦୨୨ରୁ ଆରମ୍ଭ ହୋଇଥିବା ପାଞ୍ଚ ବର୍ଷ ପାଇଁ ୬୨୦ କୋଟି ଡଲାର୍ (ପାଖାପାଖି ୪୮,୦୦୦ କୋଟି ଟଙ୍କା) ଅଟେ। ଜାତୀୟ ଫୁଟବଲ୍ ଲିଗ୍ ପରେ ଆଇପିଏଲ୍ ଦ୍ୱିତୀୟ ସର୍ବାଧିକ ମୂଲ୍ୟବାନ ଲିଗ୍ ଭାବେ ଉଭା ହୋଇଛି। ଯେହେତୁ ଆମେରିକୀୟ କ୍ରୀଡା ସଂସ୍ଥା ଗତ ବର୍ଷଠାରୁ ୧୧ ବର୍ଷ ପାଇଁ ୧୧୦୦୦ କୋଟି ଡଲାର୍ ମିଡିଆ ଚୁକ୍ତି କରିଥିଲା। ଗତ ୧୫ ବର୍ଷ ମଧ୍ୟରେ ଆଇପିଏଲ୍‌ର ସ୍ଥିତିକୁ ଦେଖି ଯଦି ମୋତେ ଆକଳନ କରିବାକୁ ପଡ଼ିବ, ତେବେ ୨୦୪୩ ସୁଦ୍ଧା ଆଇପିଏଲ୍ ମିଡିଆ ଅଧିକାର ୫୦୦୦ କୋଟି ଡଲାର ଛୁଇଁବାକୁ ଆଶା କରୁଛୁ ବୋଲି ଧୁମାଲ କହିଛନ୍ତି। ଆର୍‌ସିବି ଇନୋଭେସନ୍ ଲ୍ୟାବ୍ସ ଲିଡର୍ସ ମିଟ୍ ଇଣ୍ଡିଆରେ ଭାଷଣ ଦେବାବେଳେ ଧୁମାଲ୍ ଏହା କହିଛନ୍ତି।ବିସିସିଆଇର ପୂର୍ବତନ କୋଷାଧ୍ୟକ୍ଷ ଥିବା ଧୁମାଲ ମଧ୍ୟ ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ର ଆଗମନ ଏବଂ ୨୦୨୮ ଲସ୍ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ ହେବା ଉପରେ ବକ୍ତବ୍ୟ ରଖି ସେ କହିଛନ୍ତି, ଆମକୁ ଅଭିନବ ପ୍ରୟାସ ଜାରି ରଖିବାକୁ ପଡ଼ିବ। ଆଇପିଏଲର ମିଡିଆ ଅଧିକାର ମୂଲ୍ୟ ଗତ ୧୫ ବର୍ଷରେ ୬ ହଜାର କୋଟିକୁ ବୃଦ୍ଧି ପାଇଛି, ଯାହାକି ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ କ୍ରୀଡ଼ା ଲିଗ୍ ଅତିକ୍ରମ କରିସାରିଛି। ବିଶ୍ବର ସର୍ବାଧିକ ଦେଖାଯାଉଥିବା କ୍ରିକେଟ୍ ଲିଗ୍ ହେଉଛି ‘ଆଇପିଏଲ୍’। ‘ଆଇପିଏଲ୍’ ସର୍ବୋତ୍ତମ ମେକ୍ ଇନ୍ ଇଣ୍ଡିଆ ବ୍ରାଣ୍ଡ୍‌ ବୋଲି ବ୍ୟକ୍ତିଗତ ଭାବେ ମୁଁ ଅନୁଭବ କରୁଛି ବୋଲି ସେ କହିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button