ଖେଳ

ସାଉଥ ଆଫ୍ରିକା ସିରିଜ ପାଇଁ ଟିମ୍ ସହିତ ଯିବେନି ଗୌତମ ଗମ୍ଭୀର, କୋଚିଂ ଦେବେ ଭିଭିଏସ ଲକ୍ଷ୍ମଣ

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ସରିବା ପରେ ଭାରତୀୟ ଟିମ୍ ୪ଟି ମାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବା ପାଇଁ ସାଉଥ ଆଫ୍ରିକା ଗସ୍ତ କରିବ । ପ୍ରଥମ ମ୍ୟାଚ ୮ ନଭେମ୍ବରରେ ଡରବନରେ ଖେଳାଯିବ । ଏହାପରେ ଦ୍ବିତୀୟ ଟି୨୦ ୧୦ ତାରିଖ ଏବଂ ୩ୟ ୧୩ ନଭେମ୍ବରରେ ଏବଂ ଶେଷ ଟି୨୦ ୧୫ ନଭେମ୍ବରରେ ଖେଳିବ ।

ତେବେ ଟିମ ସାଉଥ ଆଫ୍ରିକା ଗସ୍ତ ପୂର୍ବରୁ କୋଚ୍ ପରିବର୍ତ୍ତନ ହେବା ନେଇ ଖବର ଆସିଛି ।

ଭାରତୀୟ ଟିମର ମୁଖ୍ୟ କୋଚ ଗୌତମ ଗମ୍ଭୀର ଟିମ୍ ସହିତ ସାଉଥ ଆଫ୍ରିକା ଯିବେ ନାହିଁ । ଟିମ ସହିତ ଭିଭିଏସ ଲକ୍ଷ୍ମଣ ଯିବେ । ଭାରତୀୟ ଟିମ୍ ୪ ନଭେମ୍ବରରେ ସାଉଥ ଆଫ୍ରିକା ଗସ୍ତ କରିବାକୁ ଥିବା ବେଳେ ସିନିଅର ଟିମ ବର୍ଡର ଗାଭାସ୍କର ଟ୍ରଫି ପାଇଁ ୧୧ ନଭେମ୍ବରରେ ଅଷ୍ଟେ୍ରଲିଆ ଗସ୍ତ କରିବ । ତେଣୁ ଗମ୍ଭୀର ସିନିଅର ଟିମ ସହିତ ଅଷ୍ଟ୍ରେଲିଆ ଗସ୍ତ କରିବେ ।

ଗୌତମ ଗମ୍ଭୀରଙ୍କ ଅନୁପସ୍ଥିତିରେ ଭିଭିଏସ ଲକ୍ଷ୍ମଣ ଟି୨୦ ଟିମର ହେଡ କୋଚ ହେବେ । ବିସିସିଆଇ ଟି୨୦ ସିରିଜ ପାଇଁ ପୂର୍ବରୁ ଘୋଷଣା କରିନଥିଲା । କିନ୍ତୁ କ୍ରିକେଟ ସାଉଥ ଆଫ୍ରିକା ଓ ବିସିସିଆଇ ସହିତ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସାଉଥ ଆଫ୍ରିକା ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍ : ସୂର୍ଯ୍ୟକୁମାର ଯାଦବ ( ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ(ୱିକେଟ କିପର), ରିଙ୍କୁ ସିଂ, ତିଳକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡା, ଅକ୍ଷର ପଟେଲ, ରମନଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ବିଜୟକୁମାର ବୈଶାକ, ଆବେଶ ଖାନ, ୟଶ ଦୟାଲ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button