ଖେଳ

କାଉଣ୍ଟି ପଦାର୍ପଣରେ ଚମକିଲେ ଚହଲ୍‌ – Ibnodisha

[ad_1]

ନୂଆଦିଲ୍ଲୀ: ଭାରତୀୟ ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲ୍ କାଉଣ୍ଟି ଚାମ୍ପିଅନ୍‌ଶିପ୍‌ରେ ସ୍ମରଣୀୟ ପଦାର୍ପଣ କରିଛନ୍ତି । କେଣ୍ଟ୍ ପକ୍ଷରୁ ମଙ୍ଗଳବାର ନଟ୍ଟିଂହାମ୍‌ଶାୟାର୍ ବିପକ୍ଷ ଡିଭିଜନ୍ ୱାନ୍ ମ୍ୟାଚ୍‌ରେ ଚହଲ ପ୍ରଦର୍ଶନରେ ଚମକାଇଛନ୍ତି । ଚଳିତ ଏସିଆ କପ୍ ଏବଂ ଆଗାମୀ ବିଶ୍ୱକପ୍ ପାଇଁ ଜାତୀୟ ଚୟନକର୍ତ୍ତାଙ୍କ ଦ୍ୱାରା ଅଣଦେଖା ହୋଇଥିବା ୩୩ ବର୍ଷୀୟ ସ୍ପିନର୍ ୧୨୯-୧୦-୬୩-୩ର ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି । ଚହଲ୍ ଆଉଟ୍ କରିଥିବା ବ୍ୟାଟର୍‌ଙ୍କ ମଧ୍ୟରେ ରହିଛନ୍ତି ମାଥ୍ୟୁ ମଣ୍ଟ୍‌ଗୋମେରୀ, ଲିଣ୍ଡନ୍ ଜେମ୍ସ ଏବଂ କାଲ୍‌ଭିନ୍ ହାରିସନ୍ । ତାଙ୍କର ଏହି ପ୍ରଦର୍ଶନ ଫଳରେ କେଣ୍ଟ୍ ପ୍ରତିପକ୍ଷ ଟିମ୍‌କୁ ୨୬୫ ରନ୍‌ରେ ଅଲ୍‌ଆଉଟ୍ କରିପାରିଛି । ଏହା ସହିତ ଚାରିଦିନିଆ ମ୍ୟାଚ୍‌ର ତୃତୀୟ ଦିନରେ କେଣ୍ଟ୍ ୧୮୧ ରନ୍‌ର ପ୍ରଥମ ଇନିଂସ୍ ଅଗ୍ରଣୀ ଲାଭ କରିଛି ।

ଭାରତୀୟ ଟି-୨୦ ଟିମ୍‌ର ଜଣେ ନିୟମିତ ସଦସ୍ୟ ଚହଲ୍ ଚଳିତ ବର୍ଷ ଜାନୁଆରୀରୁ ଗୋଟିଏ ବି ଦିନିକିଆ ମ୍ୟାଚ୍ ଖେଳିନାହାନ୍ତି । ଶେଷଥର ପାଇଁ ସେ ଟିମ୍ ଇଣ୍ଡିଆ ପାଇଁ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିଥିଲେ । ସେ ତିନିଟି କାଉଣ୍ଟ୍ ମ୍ୟାଚ୍ ପାଇଁ ନିକଟରେ କେଣ୍ଟ୍ ସହିତ ଚୁକ୍ତିବଦ୍ଧ ହୋଇଥିଲା । ଏହା ମଧ୍ୟରେ ନଟ୍ଟିଂହାମ୍‌ଶାୟାର୍‌, ଲାଙ୍କାଶାୟାର୍ ଏବଂ ସମର୍‌ସେଟ୍ ବିପକ୍ଷ ମ୍ୟାଚ୍ ଅନ୍ତର୍ଭୁକ୍ତ । ସିଜନ୍ ପ୍ରାରମ୍ଭରେ କେଣ୍ଟ୍ ଭାରତୀୟ ପେସର୍ ଅର୍ଶଦୀପ ସିଂହଙ୍କ ସହିତ ଚୁକ୍ତି କରିଥିଲା । ସେ ଟିମ୍ ପକ୍ଷରୁ ପାଞ୍ଚଟି ମ୍ୟାଚ୍ ଖେଳି ୧୩ ୱିକେଟ୍ ହାସଲ କରିଥିଲେ ।

The post କାଉଣ୍ଟି ପଦାର୍ପଣରେ ଚମକିଲେ ଚହଲ୍‌ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button