ଦେଶ
କେଦାରନାଥରେ ଶ୍ରଦ୍ଧାଳୁଙ୍କୁ ଚା’ ପରଶିଲେ ରାହୁଲ – Ibnodisha
[ad_1]
ଡେରାଡୁନ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂପ୍ରତି ଉତ୍ତରାଖଣ୍ଡ ଗସ୍ତରେ ଯାଇଥିବାବେଳେ ରବିବାର କେଦାରନାଥ ମନ୍ଦିର ପରିସରରେ ଭକ୍ତଙ୍କୁ ଚାହା ପରଶିଥିବା ଜଣାପଡିଛି । ମନ୍ଦିର ଦର୍ଶନ କରିବାକୁ ଭକ୍ତମାନେ ଲାଇନ୍ରେ ଛିଡା ହୋଇଥିବାବେଳେ ରାହୁଲ ସେମାନଙ୍କୁ ଚାହା କପ୍ ବଢାଇ ଦେଉଥିବା ଲକ୍ଷ୍ୟ କରାଯାଇଛି ।
ଏହି ଅବସରରେ କେତେକ ଭକ୍ତ ରାହୁଲଙ୍କ ସହ ସେଲ୍ଫି ନେଇଥିଲେ । ରାହୁଲ ସେମାନଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥିଲେ । ସୂଚନାଯୋଗ୍ୟ ତିନିଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଆସିଥିବା ରାହୁଲ ରବିବାର କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିବା ପ୍ରକାଶ ।
[ad_2]