ରାଜ୍ୟ

ଜନସେବା କେନ୍ଦ୍ରରେ ଫସଲ ବୀମା ଜାଲିଆତି, ୧୪ ଗିରଫ – Ibnodisha

[ad_1]

ବଲାଙ୍ଗିର: ଜନସେବା କେନ୍ଦ୍ର ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ଲୋକଙ୍କୁ ସୁବିଧାରେ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ରାଜ୍ୟରେ ଖୋଲିଛି ଶହ ଶହ ଜନସେବା କେନ୍ଦ୍ର (ସିଏସ୍‌ସି) । ଏହି ଜନସେବା କେନ୍ଦ୍ରରେ କରାଯାଇଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ମହାଘୋଟଲା । ଯାହାର ପର୍ଦ୍ଦାଫାଶ କରିଛି କୃଷି ବିଭାଗ ଓ ବଲାଙ୍ଗିର ସାଇବର ଥାନା ପୁଲିସ୍ । ଚାଷୀମାନଙ୍କ ଡକ୍ୟୁମେଣ୍ଟକୁ ବ୍ୟବହାର କରି ନକଲି ଚାଷୀଙ୍କ ନାଁରେ କୋଟି କୋଟି ଟଙ୍କାର ଫସଲ ବୀମା ହଡପ୍ କରାଯାଇଥିବା କୃଷି ବିଭାଗ କହିଛି । ଜନସେବା କେନ୍ଦ୍ରର କର୍ମଚାରୀମାନେ ଏସବୁ କାରନାମା କରୁଥିବା ଜାଣିବା ପରେ ବଲାଙ୍ଗିର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲା କୃଷି ବିଭାଗ ।

ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ପରେ ଟିମ୍ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ୧୪ ଜଣ ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ଗିରଫ କରିଥିଲା । ସେମାନଙ୍କଠାରୁ ବହୁ ସଂଖ୍ୟାରେ ଲାପ୍‌ଟପ୍‌, କମ୍ପ୍ୟୁଟର, ମୋବାଇଲ ଜବତ କରିଥିଲା । ବୀମା ଟଙ୍କା ଆସିଲା ପରେ କୋଟି କୋଟି ଟଙ୍କା ହଡପ୍ କରିବା ପାଇଁ ଯୋଜନା କରିଥିବା ଜଣାପଡିଥିଲା । ଜିଲ୍ଲାର ସାତ ହଜାର ଚାଷୀ ନାଁରେ ଏପରି ନକଲି କାରବାର କରାଯାଇଥିଲା । ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଆଗକୁ ଆହୁରି ଅଧିକ ଲୋକ ଗିରଫ ହେବାର ସମ୍ଭାବନା ରହିଛି । ଗିରଫ କର୍ମଚାରୀମାନଙ୍କ ଜନସେବା କେନ୍ଦ୍ରକୁ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବରେ ଜଣାଇ ଦିଆଯିବ ବୋଲି ବଲାଙ୍ଗିର ଏସ୍‌ପି ଋଷିକେଶ ଖିଲାରୀ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button