ରାଜ୍ୟ

ହବିଷ୍ୟାଳୀ ଯୋଜନା; ଅକ୍ଟୋବରରୁ ଅନଲାଇନ୍ ଆବେଦନ

ପୁରୀ: ପୂର୍ବତନ ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା ହବିଷ୍ୟାଳୀ ଯୋଜନା ଜାରି ରହିବ। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ଚଳିତ ବର୍ଷ ପୁରୀରେ କାର୍ତ୍ତିକ ବ୍ରତ ପାଇଁ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା କରାଯିବ।

ଅକ୍ଟୋବର ୧୮ରୁ ଏହି ବ୍ରତ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିବାବେଳେ ଅକ୍ଟୋବର ପ୍ରଥମ ସପ୍ତାହରୁ ଭକ୍ତଙ୍କ ଠାରୁ ଅନଲାଇନ୍ ଆବେଦନ ଗ୍ରହଣ କରାଯିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ଯାତାୟାତ, ଖାଦ୍ୟ (ମହାପ୍ରସାଦ), ଶ୍ରୀ ଜଗନ୍ନାଥ ମନ୍ଦିରରେ ସନ୍ଧ୍ୟା ସମୟରେ ଧାର୍ମିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଆବଶ୍ୟକତା ଉପରେ ପଦକ୍ଷେପ ନିଆଯିବ। ବୃଦ୍ଧା ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଡାକ୍ତରମାନଙ୍କୁ ମଧ୍ଯ ନିୟୋଜିତ କରାଯିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button