ରାଜ୍ୟ

ନବୀନଙ୍କୁ କଡା ଗଣ୍ଡା ହିସାବ ଦେଲା ବିଜେପି

ଭୁବନେଶ୍ବର: ନବୀନଙ୍କୁ କଡା ଜବାବ ଦେଲା ବିଜେଡି । ବିଜେପି ସରକାରରେ ସାମ୍ପ୍ରଦାୟିକ ଦଙ୍ଗା ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନିନ୍ଦନୀୟ କହିବା ସହିତ ନବୀନ ନିଜେ ଓଡ଼ିଶାରେ ଅଶାନ୍ତି କରିବାକୁ ଚାହୁଁଛନ୍ତି ବୋଲି କଡା ଗଣ୍ଡା ହିସାବ ଦେଇଛି ବିଜେପି ।

ତେବେ ଗତକାଲି ବିଜେଡି ପକ୍ଷରୁ ଟ୍ବିଟ୍ କରାଯାଇ କୁହାଯାଇଥିଲା ଯେ, ବିଜେପି ସରକାର ଆସିବା ପରେ ସାମ୍ପ୍ରଦାୟିକ ଅଶନ୍ତି ବଢିଛି ।

ଯାହା ଓଡ଼ିଶାର ଛବିକୁ ମଳିନ କରିଛି। ବିଗତ ତିନିମାସରେ ଚାରିଥର ସାମ୍ପ୍ରଦାୟିକ ଅଶାନ୍ତି ଦେଖାଯାଇଛି। ଏହା ବିଜେପି ସରକାରର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଦଳର ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ବୋଲି ସେଥିରେ ଉଲ୍ଲେଖ ରହିଛି ।

ବିଜେଡି ସରକାରର ୨୪ବର୍ଷ ଶାସନରେ ରାଜ୍ୟର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା। ବିଜେପି ସରକାର ଆସିବାର ତିନି ମାସ ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମ୍ପ୍ରଦାୟିକ ଅଶାନ୍ତି ଓଡ଼ିଶାର ଛବିକୁ ମଳିନ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button